Team India: ଟିମ୍ ଇଣ୍ଡିଆରେ ଶାମି-ଭୁବନେଶ୍ୱରଙ୍କ ସ୍ଥାନ ନେବେ ଏହି ୨ ଖତରନାକ୍ ଖେଳାଳି!
Advertisement

Team India: ଟିମ୍ ଇଣ୍ଡିଆରେ ଶାମି-ଭୁବନେଶ୍ୱରଙ୍କ ସ୍ଥାନ ନେବେ ଏହି ୨ ଖତରନାକ୍ ଖେଳାଳି!

Team India: ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ଟି -20 ବିଶ୍ୱକପରେ ନିଜ ନାମ ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ବର୍ତ୍ତମାନ ଏମାନଙ୍କ ସ୍ଥାନ ନେବା ପାଇଁ ଦୁଇ ଜଣ ଯୁବ ବୋଲର ପ୍ରସ୍ତୁତ ଅଛନ୍ତି । ଏହାସହ ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଟିମ୍ ଇଣ୍ଡିଆକୁ ଭବିଷ୍ୟତ ପାଇଁ କିଛି ଭଲ ଦ୍ରୁତ ବୋଲର ମଧ୍ୟ ମିଳିପାରେ । 

Team India: ଟିମ୍ ଇଣ୍ଡିଆରେ ଶାମି-ଭୁବନେଶ୍ୱରଙ୍କ ସ୍ଥାନ ନେବେ ଏହି ୨ ଖତରନାକ୍ ଖେଳାଳି!

Team India: ଭାରତୀୟ କ୍ରିକେଟ୍ ଦଳ (Indian Cricket Team) କୁ ଟି-20 ବିଶ୍ୱ ୨୦୨୨ (T20 World Cup 2022) ର ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଦୀର୍ଘ ୯ ବର୍ଷର ଅପେକ୍ଷା ପରେ ମଧ୍ୟ ଭାରତୀୟ ଦଳ ପୁଣି ଥରେ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛି । ଏଭଳି ପରିସ୍ଥିତିରେ ଗୋଟିଏ କଥା ନିଶ୍ଚିତ ଯେ ଆଗାମୀ ଦିନରେ ଭାରତୀୟ ଦଳରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଭୁବନେଶ୍ୱର କୁମାର (Bhuvneshwar Kumar) ଓ ମହମ୍ମଦ ଶାମି (Mohammed Shami) ଟି -20 ବିଶ୍ୱକପରେ ନିଜ ନାମ ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ବର୍ତ୍ତମାନ ଏମାନଙ୍କ ସ୍ଥାନ ନେବା ପାଇଁ ଦୁଇ ଜଣ ଯୁବ ବୋଲର ପ୍ରସ୍ତୁତ ଅଛନ୍ତି । ଏହାସହ ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଟିମ୍ ଇଣ୍ଡିଆ (Team India) କୁ ଭବିଷ୍ୟତ ପାଇଁ କିଛି ଭଲ ଦ୍ରୁତ ବୋଲର ମଧ୍ୟ ମିଳିପାରେ । 

ଟି-20 ବିଶ୍ୱକପ ୨୦୨୨ରେ ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ଖରାପ ପ୍ରଦର୍ଶନ କରିଥିଲେ । ବିପକ୍ଷ ବ୍ୟାଟ୍ସମ୍ୟାନ ମାନେ ସେମାନଙ୍କ ବଲରେ ବହୁ ରନ୍ ସ୍କୋର କରିଥିଲେ । ଟି-20 ବିଶ୍ୱକପ ୨୦୨୨ର ୬ଟି ମ୍ୟାଚରେ ଶାମି ମାତ୍ର ୬ ୱିକେଟ୍ ନେଇଥିଲେ । ଏଥିସହିତ ଭୁବନେଶ୍ୱର କୁମାର ୬ଟି ମ୍ୟାଚରେ ମାତ୍ର ୪ ୱିକେଟ୍ ନେଇଥିଲେ । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ମହମ୍ମଦ ଶାମିଙ୍କୁ ଚୟନ କରାଯାଇ ନାହିଁ । ଚୟନକର୍ତ୍ତାମାନେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ଉମ୍ରାନ ମଲିକ ଓ କୁଲଦୀପ ସେନଙ୍କୁ ସାମିଲ କରିଛନ୍ତି । 

ବାମହାତୀ ଦ୍ରୁତ ବୋଲର ତଥା ୨୦୧୧ ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ଜାହିର ଖାନ (Zaheer Khan) କହିଛନ୍ତି ଯେ, ଭାରତର ନ୍ୟୁଜିଲ୍ୟାଣ୍ଡର ଧଳା ବଲର ଗସ୍ତ (India vs New Zealand Series) ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକ (Umran Malik) ଓ କୁଲଦୀପ ସେନ (Kuldeep Sen) ଙ୍କ ପାଇଁ ଏକ ବଡ଼ ଅନୁଭୂତି ହେବ । ଜାମ୍ମୁର ଦ୍ରୁତ ବୋଲର ଓମ୍ରାନ ମଲିକ୍ ଓ ମଧ୍ୟ ପ୍ରଦେଶର ପେସର୍ ସେନ ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୨ ସିଜନ (IPL 2022) ରେ କ୍ରିକେଟ୍ ଜଗତକୁ ପ୍ରଭାବିତ କରିଥିଲେ ।

ଜୁନରେ ଡେବ୍ୟୁ ହେବା ପରଠାରୁ ଉମ୍ରାନ ମଲିକ ଭାରତ ପାଇଁ ତିନୋଟି ଟି-20 ଖେଳିଛନ୍ତି । ଉମ୍ରାନ ମଲିକ୍ ଉଭୟ ଟି-20 ଓ ODI ସିରିଜ୍ ପାଇଁ ଭାରତୀୟ ଦଳର ସଦସ୍ୟ ଅଛନ୍ତି । ଟି-୨୦ ସିରିଜ୍ ଶେଷ ହେବା ପରେ ଏକଦିବସୀୟ ସିରିଜରେ କୁଲଦୀପ ସେନ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି । ଜାହିର ଖାନ୍ କହିଛନ୍ତି ଯେ, "ଏହା ଏକ ରୋମାଞ୍ଚକର ସିରିଜ୍ ହେବ । ମୁଁ ଉମ୍ରାନ ମଲିକଙ୍କୁ ଏହି ପିଚରେ ପରଫର୍ମ କରିବାକୁ ଅପେକ୍ଷା କରିଛି । ଏହି ଗସ୍ତ ତାଙ୍କ ଓ କୁଲଦୀପ ସେନଙ୍କ ପାଇଁ ଏକ ବଡ଼ ଅନୁଭୂତି ହେବ । ନ୍ୟୁଜିଲ୍ୟାଣ୍ଡ ପିଚ୍ ଦ୍ରୁତ ବୋଲରଙ୍କୁ ସହାୟତା କରିବ ।" 

ଅଧିକ ପଢ଼ନ୍ତୁ:-T20 ବିଶ୍ୱକପ ୨୦୨୪ ପାଇଁ ଏହି ଖେଳାଳୀଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ

ଅଧିକ ପଢ଼ନ୍ତୁ:-ଜେଲରୁ ମୁକୁଳିବା ପରେ ରଙ୍ଗ ବଦଳାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଓ ରବିଚନ୍ଦ୍ରନ

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ଖେଳାଳିଙ୍କ ଖୋଲିବ ଭାଗ୍ୟ! ରୋହିତ ଶର୍ମା ଟି-20 ବିଶ୍ୱକପରେ ଦେଇ ନଥିଲେ ସୁଯୋଗ

 

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବ । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।