Bus Accident: ବାଇକକୁ ପିଟିଲା OSRTC ବସ୍, ଘଟଣାସ୍ଥଳରେ ୨ ମୃତ
Advertisement

Bus Accident: ବାଇକକୁ ପିଟିଲା OSRTC ବସ୍, ଘଟଣାସ୍ଥଳରେ ୨ ମୃତ

Bus Accident: ଅଶୁଭ ବୁଧବାର !  ଦୁର୍ଘଟଣା ଘଟାଇଲା OSRTC ବସ୍।  ବସ୍ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ, ମୃତ୍ୟୁ ବରଣ କରିଥିବା ବାଇକ୍ ଆରୋହୀଙ୍କ ପରିଚୟ ମିଳି ନଥିବା ଜଣାପଡିଛି। ବଲାଙ୍ଗୀରର ଜାତୀୟ ରାଜପଥ ୫୭ ନମ୍ବର ଭଦ୍ରାପାଲି ଛକ ନିକଟରେ ଏହି  ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ବସ୍ ଡ୍ରାଇଭରକୁ ଅଟକ ରଖିଛି । ଏବଂ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇଛି। 

ALSO READ: Petrol Diesel Price Today: ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜି କେତେ ରହିଛି ତେଲ ଦର

ସେପଟେ, ଗତକାଲି ବିଳମ୍ବିତ ରାତିରେ କୋରାପୁଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କୋରାପୁଟରେ ଏକ ବସ୍ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ବସ୍ ତଳେ ପାଖାପାଖି ୧୫ ଜଣ ଯାତ୍ରୀ ଚାପି ହୋଇରହିଯାଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହିତ ଆହତଙ୍କୁ ମେଡିକାଲକୁ ପଠାଇଛି। ଏବଂ ତଦନ୍ତ ଜାରି ରଖିଛି। 

ସୂଚନା ଅନୁସାରେ, ଗତକାଲି  ଏକ ଘରୋଇ ବସ୍ ମାଲକାନଗିରିରୁ ବ୍ରହ୍ମପୁର ଆସୁଥିବା ବେଳେ ରାତି ୧୦ଟା ସମୟରେ କୋରାପୁଟ ପୋଟାଗଡ଼ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।