Bus Accident: ତିର୍ଥଯାତ୍ରୀ ବସ୍ କୁ ପିଟିଲା ଟ୍ରକ୍ , ୩ ମୃତ, ୨୦ ଆହତ
Advertisement
Article Detail0/zeeodisha/odisha2334052

Bus Accident: ତିର୍ଥଯାତ୍ରୀ ବସ୍ କୁ ପିଟିଲା ଟ୍ରକ୍ , ୩ ମୃତ, ୨୦ ଆହତ

Road Accident: ଏ-ମିତିବି ଆସେ ମୃତ୍ୟୁ।  ତିର୍ଥ ଯାତ୍ରା ହେଲା ଶେଷ ଯାତ୍ରା।  ଚାହୁଁଚାହୁଁ ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା। ତିର୍ଥଯାତ୍ରୀ ବସ୍ କୁ ଧକ୍କା ଦେଲା ଟ୍ରକ। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। 

Bus Accident: ତିର୍ଥଯାତ୍ରୀ ବସ୍ କୁ ପିଟିଲା ଟ୍ରକ୍ , ୩ ମୃତ, ୨୦ ଆହତ

Road Accident: ଏ-ମିତିବି ଆସେ ମୃତ୍ୟୁ।  ତିର୍ଥ ଯାତ୍ରା ହେଲା ଶେଷ ଯାତ୍ରା।  ଚାହୁଁଚାହୁଁ ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା। ତିର୍ଥଯାତ୍ରୀ ବସ୍ କୁ ଧକ୍କା ଦେଲା ଟ୍ରକ। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ଥାନା ବୁଢି ଖମାରୀ ଛକ ନିକଟରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। 

ALSO READ: Shani Dev: ଶନି ସାଢେସାତୀରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କରନ୍ତୁ ଏହି ୫ ଉପାୟ, ବର୍ଷିବ ଶନିଙ୍କ କୃପା, ମଜବୁତ୍ ହେବ ଆର୍ଥିକ ସ୍ଥିତି!

ALSO READ: Career Horoscope Today: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରେ ମିଳିପାରେ ପଦୋନ୍ନତି ସହ ବଢିବ ଦରମା!

ସୂଚନା ଅନୁସାରେ, ହାଇଦ୍ରାବାଦରୁ କିଛି ଯାତ୍ରୀ ଏକ ତିର୍ଥଯାତ୍ରୀ ବସ୍ ଯୋଗେ ଭୁବନେଶ୍ବର ଓ ବାଲେଶ୍ବର ଦେଇ ତିର୍ଥଯାତ୍ରୀମାନେ ଗୟା ଯାଉଥିଲେ। ହେଲେ ହଠାତ୍ ଆଜି ସକାଳ ପ୍ରାୟ ୫ଟା ୩୦ ସମୟରେ ବାରିପଦା ବୁଢି ଖମାରୀ ଛକ ଦେଇ ବସ୍ ଟି ଯାଉଥିବା ସମୟରେ ଏକ ଟ୍ରକ୍ ସାମ୍ନାପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ।  ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲେ। ତେବେ, ଏହି ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତେବେ, ତିନି ମୃତକଙ୍କ ମଧ୍ୟରେ ଡ୍ରାଇଭର ବି ରହିଛନ୍ତି। ପୋଲିସ୍  ଏକ ମାମଲା ରୁଜୁ କରି ଛାନଭିନ୍ ଜାରି ରଖିଛି।