Crime News: ଭୁବନେଶ୍ୱରରୁ ୩ଶହ କେଜି ଗଞ୍ଜେଇ ଜବତ, ୩ ଗିରଫ
Advertisement
Article Detail0/zeeodisha/odisha2107274

Crime News: ଭୁବନେଶ୍ୱରରୁ ୩ଶହ କେଜି ଗଞ୍ଜେଇ ଜବତ, ୩ ଗିରଫ

୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ସହରରେ ଏକ କାର୍ ମାଧ୍ୟମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସମୟରେ ଏହି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । 

Crime News: ଭୁବନେଶ୍ୱରରୁ ୩ଶହ କେଜି ଗଞ୍ଜେଇ ଜବତ, ୩ ଗିରଫ

Ganja Racket: ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ସହରରେ ଏକ କାର୍ ମାଧ୍ୟମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସମୟରେ ଏହି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । 

ସୂଚନା ମୁତାବକ, ବିଶେଷ ସୂତ୍ରରୁ ପୋଲିସ ନିକଟରେ ଗଞ୍ଜେଇ କାରବାର ସମ୍ପର୍କରେ ଖବର ପହଞ୍ଚିବା ପରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ପୋଲିସକୁ ଦେଖି ଅଭିଯୁକ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିଲେ ମଧ୍ୟ ପାଖାପାଖି ୩୦ କିମି ଅତିକ୍ରମ ପରେ ପାହାଳ ନିକଟରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବ୍ୟବହାର କରୁଥିବା ଗାଡିରେ ପ୍ରେସ୍ ଲେଖି ସେଥିରେ ଗଞ୍ଜେଇ କାରବାର କରୁଥିଲେ ଅଭିଯୁକ୍ତ । କେବଳ ସେତିକି ନୁହେଁ, ସିଟ୍ ତଳେ ବଡ଼ କୋଠରୀ କରାଯାଇ ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଉଥିଲା । ଏଥିସହ ଗୋଟିଏ ଗାଡିରେ ଏକାଧିକ ନମ୍ୱରପ୍ଲେଟ୍ ବ୍ୟବହାର କରି ବାହାର ରାଜ୍ୟକୁ ମଧ୍ୟ ଗଞ୍ଜେଇ ଚୋରାଚାଲାଣ କରୁଥିବାର ଅଭିଯୋଗ ରହିଛି ।

Also Read- Similipal National Park: ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଅଟକାଇଲା କଳାବାଘ

Also Read- Himachal pradesh: ପାରାଗ୍ଲାଇଡିଂ ସମୟରେ ସେଫ୍ଟି ବେଲ୍ଟ ଖୋଲି ପର୍ଯ୍ୟଟକ ମୃତ