Scrub Typhus: ପୁଣି ରାଜ୍ୟରେ ଚିହ୍ନଟ ହେଲେ ନୂଆ ସ୍କ୍ରବ୍ ଟାଇଫସ ରୋଗୀ, ବଢ଼ିଲା ଚିନ୍ତା...
Advertisement
Article Detail0/zeeodisha/odisha1882676

Scrub Typhus: ପୁଣି ରାଜ୍ୟରେ ଚିହ୍ନଟ ହେଲେ ନୂଆ ସ୍କ୍ରବ୍ ଟାଇଫସ ରୋଗୀ, ବଢ଼ିଲା ଚିନ୍ତା...

Scrub Typhus: ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ। ଗତ କାଲି ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଥରେ ଚିହ୍ନଟ ହୋଇଛନ୍ତି ଆଉ ୫ ନୂଆ ରୋଗୀ। ଏହାକୁ ମିଶାଇ ସୁନ୍ଦରଗଡ଼ରେ ୨୧୧ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛି।

Scrub Typhus: ପୁଣି ରାଜ୍ୟରେ ଚିହ୍ନଟ ହେଲେ ନୂଆ ସ୍କ୍ରବ୍ ଟାଇଫସ ରୋଗୀ, ବଢ଼ିଲା ଚିନ୍ତା...

Scrub Typhus: ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ। ଗତ କାଲି ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଥରେ ଚିହ୍ନଟ ହୋଇଛନ୍ତି ଆଉ ୫ ନୂଆ ରୋଗୀ। ଏହାକୁ ମିଶାଇ ସୁନ୍ଦରଗଡ଼ରେ ୨୧୧ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛି। ଦିନକୁ ଦିନ ଏହାର ସଂକ୍ରମଣ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ନେଇ ଲୋକଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ସିଡ଼ିଏଓ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ରବିବାର ୧୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ , ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ୧୦ ଓ ବୁଧବାର ୭ ଓ ଗୁରୁବାର ୬ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ସହ ୨୧୧ରେ ପହଞ୍ଚିଛି ରୋଗୀଙ୍କ ସଂଖ୍ୟା। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ବଢ଼ି ଚାଲିଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢ଼ିଯାଇଛି।

ଏହା ଓରିଏଣ୍ଟିଆ ସ୍ତୁସ୍ତୁଗାମୁସି ନାମକ ଜୀବଣୁ ଦ୍ବାରା ସୃଷ୍ଟି ହେଉଥିବା ଏକ ରୋଗ ଅଟେ । ଏହା ଏକ ‘ରିକେଟ୍ସିଆଲ୍ ରୋଗ’ ଅଟେ । 'ଚିଗର୍ସ' ନାମକ ସଂକ୍ରମିତ କୀଟର କାମୁଡ଼ିବା ଦ୍ୱାରା ଏହି ରୋଗ ହୋଇଥାଏ। ଏହି ପ୍ରଜାତିର କୀଟ ମୁଖ୍ୟତଃ ବୁଦାଳିଆ ଅଞ୍ଚଳରେ ରହିଥାଆନ୍ତି । ତେଣୁ ଏହି ରୋଗକୁ ବୁଶ ଟାଇଫସ’ ମଧ୍ଯ କୁହାଯାଏ । ଏଥିରେ ଥରେ ସଂକ୍ରମିତ ହେଲେ ଏହି ଜୀବାଣୁର ହାରାହାରି ଇନକ୍ୟୁବେସନ ଅବଧି ୧୦-୧୨ ଦିନ ରହିଥାଏ । ଏହାପରେ ବ୍ୟକ୍ତି ଏହାର ଲକ୍ଷଣ ଅନୁଭବ କରିବା ଆରମ୍ଭ କରିଥାଆନ୍ତି ।

ସ୍କ୍ରବ ଟାଇଫସ କୀଟ ସାଧାରଣତଃ ଚାଷ ଜମିରେ ଦେଖିବାକୁ ମିଳିଥାଆନ୍ତି । ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଜମିକୁ ଯାଉଥିବା ଚାଷୀ ଏହି କୀଟ କାମୁଡ଼ାର ଶିକାର ହୋଇଥିବା ସୂଚନା ମିଳିଛି । ଏହାସହ ବିଲ, ପୋଖରୀ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ବେଶି ମାତ୍ରାରେ ଆକ୍ରାନ୍ତ ହୋ‌ଇଥାନ୍ତି ।

Also Read: Scrub Typhus: ରାଜ୍ୟରେ ସ୍କ୍ରବ୍ ଟାଇଫସ ଆତଙ୍କ, ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...