Scrub Typhus: ରାଜ୍ୟରେ ସ୍କ୍ରବ୍ ଟାଇଫସ ଆତଙ୍କ, ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ
Advertisement
Article Detail0/zeeodisha/odisha1881233

Scrub Typhus: ରାଜ୍ୟରେ ସ୍କ୍ରବ୍ ଟାଇଫସ ଆତଙ୍କ, ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

Scrub Typhus: ପୁଣି ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ପଜିଟିଭ୍ ସଂଖ୍ୟା ୨୦୬ରେ ପହଁଞ୍ଚିଛି । ସୂଚନା ଅନୁଯାୟୀ, ଜିଲ୍ଲାର ମୋଟ ସଂକ୍ରମିତଙ୍କ ମଧ୍ଯରୁ ୧୦ ଜଣ ଅନ୍ୟ ରାଜ୍ୟର ଓ ୯ ଜଣ ଜିଲ୍ଲାର ବୋଲି ଜଣାପଡ଼ିଛି । 

ସୌ(ସୋସିଆଲ ମିଡିଆ)

Scrub Typhus: ରାଜ୍ୟରେ କାୟା ମେଲାଇଛି ସ୍କ୍ରବ୍ ଟାଇଫସ (Scrub Typhus)। ପୁଣି ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ପଜିଟିଭ୍ ସଂଖ୍ୟା ୨୦୬ରେ ପହଁଞ୍ଚିଛି । ସୂଚନା ଅନୁଯାୟୀ, ଜିଲ୍ଲାର ମୋଟ ସଂକ୍ରମିତଙ୍କ ମଧ୍ଯରୁ ୧୦ ଜଣ ଅନ୍ୟ ରାଜ୍ୟର ଓ ୯ ଜଣ ଜିଲ୍ଲାର ବୋଲି ଜଣାପଡ଼ିଛି । ଦିନକୁ ଦିନ ଏହାର ସଂକ୍ରମଣ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ନେଇ ଲୋକଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ସିଡ଼ିଏଓ ସୂଚନା ଦେଇଛନ୍ତି ।

କେମିତି ହୋଇଥାଏ ସ୍କ୍ରବ୍ ଟାଇଫସ (Scrub Typhus)

ଏହା ଓରିଏଣ୍ଟିଆ ସ୍ତୁସ୍ତୁଗାମୁସି ନାମକ ଜୀବଣୁ ଦ୍ବାରା ସୃଷ୍ଟି ହେଉଥିବା ଏକ ରୋଗ ଅଟେ । ଏହା ଏକ ‘ରିକେଟ୍ସିଆଲ୍ ରୋଗ’ ଅଟେ । 'ଚିଗର୍ସ' ନାମକ ସଂକ୍ରମିତ କୀଟର କାମୁଡ଼ିବା ଦ୍ୱାରା ଏହି ରୋଗ ହୋଇଥାଏ। ଏହି ପ୍ରଜାତିର କୀଟ ମୁଖ୍ୟତଃ ବୁଦାଳିଆ ଅଞ୍ଚଳରେ ରହିଥାଆନ୍ତି । ତେଣୁ ଏହି ରୋଗକୁ ‘ବୁଶ ଟାଇଫସ’ ମଧ୍ଯ କୁହାଯାଏ । ଏଥିରେ ଥରେ ସଂକ୍ରମିତ ହେଲେ ଏହି ଜୀବାଣୁର ହାରାହାରି ଇନକ୍ୟୁବେସନ ଅବଧି ୧୦-୧୨ ଦିନ ରହିଥାଏ । ଏହାପରେ ବ୍ୟକ୍ତି ଏହାର ଲକ୍ଷଣ ଅନୁଭବ କରିବା ଆରମ୍ଭ କରିଥାଆନ୍ତି ।

ସ୍କ୍ରବ ଟାଇଫସ କୀଟ ସାଧାରଣତଃ ଚାଷ ଜମିରେ ଦେଖିବାକୁ ମିଳିଥାଆନ୍ତି । ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଜମିକୁ ଯାଉଥିବା ଚାଷୀ ଏହି କୀଟ କାମୁଡ଼ାର ଶିକାର ହୋଇଥିବା ସୂଚନା ମିଳିଛି । ଏହାସହ ବିଲ, ପୋଖରୀ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ବେଶି ମାତ୍ରାରେ ଆକ୍ରାନ୍ତ ହୋ‌ଇଥାନ୍ତି ।

ଏହା ବି ପଢନ୍ତୁ- ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସ୍କ୍ରବ୍ ଟାଇଫସ ଲକ୍ଷଣ

'ଚିଗର୍ସ' କୀଟ କାମୁଡ଼ିବା ଦ୍ବାରା ସ୍କ୍ରବ୍ ଟାଇଫସ ରୋଗ ହୋଇଥାଏ । ପ୍ରଥମେ ଶରୀରରେ ଘା’ ଭଳି ହୁଏ । ପରେ ଘା’ ଚାରିପଟେ ନାଲି ପଡ଼ିଯାଏ । ଧୀରେ ଧୀରେ ଏହା ମଝି ଅଂଶ କଳା ପଡ଼ିବାକୁ ଲାଗେ । ପରେ ବ୍ୟକ୍ତିଙ୍କ ଠାରେ ଜ୍ବର, ଥଣ୍ତା, କୁଣ୍ତେଇ ହେବା, ମୁଣ୍ତବିନ୍ଧା, ଶରୀର ସହ ଗଣ୍ଠିରେ ଯନ୍ତ୍ରଣା, ତଳି ପେଟରେ ଯନ୍ତ୍ରଣା ଓ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଭଳି ଲକ୍ଷଣ ଦେଖାଦେଇଥାଏ ।

ଏହା ବି ପଢନ୍ତୁ-BJD MP: ସାଂସଦଙ୍କ ପାଇଁ ହ୍ୱିପ ଜାରି କଲା ବିଜେଡି, ହେଲେ କାହିଁକି ପଢନ୍ତୁ