Advertisement
Article Detail0/zeeodisha/odisha2105678
Zee OdishaOdisha Stateଉଦଯାପିତ ହେଲା ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ

ଉଦଯାପିତ ହେଲା ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ସର୍ବଭାରତୀୟ ସ୍ତରରେ ୧୫୦୦ ରୁ ଅଧିକ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞଙ୍କ ସହ ପ୍ରାୟ ୧୫ଟି ଦେଶର ୩୦ ଜଣ ବିଦେଶାଗତ ପ୍ରସିଦ୍ଧ ଡାକ୍ତର ମଧ୍ୟ ଯୋଗ ଦେଇଥିଲେ। 

ଉଦଯାପିତ ହେଲା ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ

ଭୁବନେଶ୍ବର: ୭୦ ତମ ଅଖିଳ ଭାରତୀୟ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଆଜି ହୋଟେଲ ମେ ଫେୟାରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ହୋଟେଲ ସୂର୍ଯ୍ୟାଂଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ କୁହାଯାଇଥିଲା ଯେ, ଏହି ବାର୍ଷିକ ସମ୍ମିଳନୀ ଫେବୃଆରୀ ୮ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ମେ ଫେୟାର ହୋଟେଲ୍‌ରେ ଅନୁଷ୍ଠିତ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ସର୍ବଭାରତୀୟ ସ୍ତରରେ ୧୫୦୦ ରୁ ଅଧିକ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞଙ୍କ ସହ ପ୍ରାୟ ୧୫ଟି ଦେଶର ୩୦ ଜଣ ବିଦେଶାଗତ ପ୍ରସିଦ୍ଧ ଡାକ୍ତର ମଧ୍ୟ ଯୋଗ ଦେଇଥିଲେ। ପ୍ରାୟ କିଛିବର୍ଷ ତଳେ ଛୋଟ ବଡ ହାର୍ଟ ଅପରେସନ୍ ପାଇଁ ଓଡ଼ିଶାରୁ ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିବା ବେଳେ ଆଜି ଓଡ଼ିଶାରେ ପ୍ରାୟ ୩୫ ଜଣ ହାର୍ଟ ସର୍ଜନ କାର୍ଯ୍ୟରତ ଏବଂ ମାସକୁ ୩୦୦ରୁ ଅଧିକ ଓପନ୍‌ ହାର୍ଟ ସର୍ଜରୀ ହୋଇପାରୁଛି।

ଏହି ପରିପେକ୍ଷିରେ ଏପରି ଏକ ସମ୍ମିଳନୀ ଜ୍ଞାନର ଆଦାନପ୍ରଦାନ ସହ ଓଡ଼ିଶାରେ ହୃଦ୍ ଶଲ୍ୟ ଚିକିତ୍ସାକୁ ଆହୁରି ସଫଳ ଏବଂ ସକ୍ଷମ କରିବାରେ ସହାୟକ ହେବ। ୪ ଦିନଧରି ଏହି ସମ୍ମିଳନୀରେ ହୃଦ୍‌ବକ୍ଷ ସର୍ଜରୀ ସମୟରେ ୨୩୦ରୁ ଅଧିକ ସନ୍ଦର୍ଭ ସହ ବିଭିନ୍ନ ସର୍ଜିକାଲ ମଡେଲ୍ ଏବଂ ପ୍ରାକ୍ଟିକାଲ୍ ଟ୍ରେନିଂର ମଧ୍ୟ ଆୟୋଜନ କରାଯାଇଥିଲା।ସମ୍ମିଳନୀର ୨ୟ ଏବଂ ୩ୟ ସଂଧ୍ୟାରେ ପରିବେଶିତ ପାରମ୍ପରିକ ଓଡ଼ିଆ ନୃତ୍ୟଗୀତ ଏବଂ ଓଡ଼ିଆ ଖାଦ୍ୟ ଦେଶ ବିଦେଶାଗତ ଅତିଥିମାନଙ୍କ ଦ୍ବାରା ବିଶେଷ ଆଦୃତ ହୋଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର କାର୍ଯ୍ୟ ଚିଫ୍ ପାଟ୍ରନ୍ ଡା ପିତାମ୍ବର ଶତପଥୀ, କା‌ର୍ଯ୍ୟକାରିଣୀ ଅଧ୍ୟକ୍ଷ ଡା ବିପିନ ବି ମହାନ୍ତି, କାର୍ଯ୍ୟକ‌ାରିଣୀ ସମ୍ପାଦକ ଡା ଚନ୍ଦ୍ରଭାନୁ ପରିଜା ପ୍ରମୁଖ ଉପସ୍ଥିତ ରହିଥିଲେ।

Also Read- କଳାହାଣ୍ଡିରେ ଦୁର୍ଘଟଣା, ପିକଅପ୍ ଭ୍ୟାନ୍ ଓଲଟି ୫ ମୃତ, ୨୫ ଗୁରୁତର

Add Zee News as a Preferred Source

Also Read- Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ

About the Author