Advertisement
Article Detail0/zeeodisha/odisha2162658
Zee OdishaOdisha StateMla Bijay Shankar Das: ପୁଣି ଫସିବେ ବିଜୟ ଶଙ୍କର, ହାଇକୋର୍ଟରେ ମାମଲା ରୁଜୁ

Mla Bijay Shankar Das: ପୁଣି ଫସିବେ ବିଜୟ ଶଙ୍କର, ହାଇକୋର୍ଟରେ ମାମଲା ରୁଜୁ

Odisha News: ପୁଣି ବିବାଦରେ ବିଜେଡି଼ ବିଧାୟକ ବିଜୟ ଶଙ୍କର ଦାସ (bjd mla bijay sankar das)। ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ପହଂଚିଲା ମାମଲା। ପୋଲିସର ନିସ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ। ପଢନ୍ତୁ ପୂରା ଖବର...

Mla Bijay Shankar Das: ପୁଣି ଫସିବେ ବିଜୟ ଶଙ୍କର, ହାଇକୋର୍ଟରେ ମାମଲା ରୁଜୁ

Odisha News: ପୁଣି ବିବାଦରେ ବିଜେଡି଼ ବିଧାୟକ ବିଜୟ ଶଙ୍କର ଦାସ (bjd mla bijay sankar das)। ବିଧାୟକଙ୍କ ବିରୋଧରେ ହାଇକୋର୍ଟରେ ପହଂଚିଲା ମାମଲା। ପୋଲିସର ନିସ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ। ବିଧାୟକଙ୍କ ବିରୋଧରେ  ଜଗତସିଂହପୁରରେ ରୁଜୁ ହୋଇଥିବା ମାମଲା ବିରୋଧରେ ପୋଲିସ୍ ଠିକ୍ ଭାବରେ ତଦନ୍ତ କରୁ ନଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା। ଏନେଇ ସେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଆଉ ଏହି ମାମଲାରେ ବିଧୟକ ବିଜୟ ଶଙ୍କର , ଜଗତସିଂହପୁର ଏସପିଙ୍କ ସହ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ତେବେ, ନିର୍ବାଚନ ପୂର୍ବରୁ ବିଧାୟକଙ୍କ ପାଇଁ ଏହି ମାମଲା ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। 

ALSO READ: Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ

ALSO READ: Yodha:'ଯୋଦ୍ଧା' ବକ୍ସ ଅଫିସ ରିପୋର୍ଟ; ଜାଣନ୍ତୁ ତୃତୀୟ ଦିନରେ ଆୟ କଲା କେତେ କୋଟି?

Add Zee News as a Preferred Source

ସୂଚନା ଅନୁସାରେ, ନିକଟର ଅତିତରେ ତିର୍ତ୍ତୋଲ ବିଧାୟକ ନିଜ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହାକୁ ବିରୋଧ କରି ସୋମାଲିକା କଟକ ସବରେଜିଷ୍ଟ୍ରାର ( Cuttack Sub Registrar)ଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ଯାହାକୁ ନେଇ ଘନେଇଥିଲା ବିବାଦ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମଧ୍ୟରେ ଚାଲିଥିବା ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ରହିଛି । ଏସବୁ ମାମଲାର ସମାଧାନ ନ ହେଉଣୁ ବିଧାୟକ କିପରି ବିଧାୟକ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କିପରି ଆବେଦନ କଲେ ବୋଲି ସୋମାଲିକା ପ୍ରଶ୍ନ ଉଠାଇଛନ୍ତି । ସୋମାଲିକା କହିଛନ୍ତି , ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ।

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଓ  ପୂର୍ବତନ ପ୍ରେମିକା ସୋମାଲିକାଙ୍କ ( ex girl friend Somalika Das) ମଧ୍ୟରେ ଦିର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ବିବାହ କରିବା ପାଇଁ ସୋମାଲିକାଙ୍କୁ କଥା ଦେଇଥିଲେ ବିଧାୟକ। କିନ୍ତୁ ପରେ ସୋମାଲିକାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ ବିଧାୟକ। ଏନେଇ  ସୋମାଲିକା  ଜଗତସିଂହପୁର ଥାନାର ଦ୍ବାରସ୍ତ ହୋଇଥିଲେ। କେବଳ ସେତିକି ନୁହେଁ,  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାସ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଥିଲେ।  

About the Author