କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା, ୨ ଆଇଓସିଏଲ୍ କର୍ମଚାରୀ ମୃତ
Advertisement
Article Detail0/zeeodisha/odisha1964144

କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା, ୨ ଆଇଓସିଏଲ୍ କର୍ମଚାରୀ ମୃତ

ବାଇକ ସହିତ ବୋଲେରୋ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦୁଇ ଜଣ ଆଇଓସିଏଲର କର୍ମଚାରୀ ବୋଲି ସୂଚନା ମିଳିଛି।

କୁଜଙ୍ଗ ସନ୍ତରାଗଡା ନିକଟରେ ଦୁର୍ଘଟଣା, ୨ ଆଇଓସିଏଲ୍ କର୍ମଚାରୀ ମୃତ

ଜଗତସିଂହପୁର: କୁଜଙ୍ଗ ସନ୍ତରାଗଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ କାଲି ବିଳମ୍ବିତ ରାତ୍ରିରେ ଏକ ବାଇକ ସହ ବୋଲେରୋ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ଯୁ ଘଟିଥିବା କୁହାଯାଉଛି। ମୃତକମାନେ ଆଇଓସିଏଲରେ କାର୍ଯ୍ୟରତ କର୍ମଚାରୀ । ଜଣଙ୍କର ନାମ କୈବଲ୍ୟ ହୋଇଥିବା ବେଳେ ଆଉ ଜଣେ କେନ୍ଦୁଝର ଜିଲ୍ଲା କଣ୍ଟା ଗ୍ରାମର ବିଶ୍ଵଜିତ ନାୟକ ବୋଲି ସୂଚନା ମିଳିଛି ।

ଭାରସାମ୍ୟ ହରାଇ ପିଟିଥିବା ବୋଲେରୋ ଗାଡିଟି ତାଳଦଣ୍ଡା କେନାଲ୍ ନିକଟକୁ ଖସି ପଡିଥିବା ବେଳେ ଡ୍ରାଇଭର ଜଣଙ୍କ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଅଗ୍ନିଶମ ବାହିନୀ ଓ ଦେବଦୂତ ସଡକ ସୁରକ୍ଷା ବାହିନୀର ସଭାପତି ପଙ୍କଜ ତରାଇ ଦୁହିଁଙ୍କୁ ଉଦ୍ଧାର ନିକଟସ୍ଥ କୁଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କୁଜଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read- କୋଚ୍ ବଦରୁଦ୍ଦିନ ମହମ୍ମଦ ସାମିଙ୍କ ବିଷୟରେ ଖୋଲିଲେ ଅନେକ ରହସ୍ୟ

Also Read- SBIର ଏହି ଯୋଜନାରେ ଟଙ୍କା ହେବ ଡବଲ