Adhara Pana 2024: ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, ଜାଣନ୍ତୁ ଏହା ପଛର ଜାଣନ୍ତୁ ଏହା ପଛର ପୌରାଣିକ ତତ୍ତ୍ଵ?
Advertisement
Article Detail0/zeeodisha/odisha2340991

Adhara Pana 2024: ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, ଜାଣନ୍ତୁ ଏହା ପଛର ଜାଣନ୍ତୁ ଏହା ପଛର ପୌରାଣିକ ତତ୍ତ୍ଵ?

Adhara Pana 2024: ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି। ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୁଏ। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ରଥରେ ବିଜେ କରିଥିବା ତିନି ଠାକୁରଙ୍କୁ ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ। 

Adhara Pana 2024: ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, ଜାଣନ୍ତୁ ଏହା ପଛର ଜାଣନ୍ତୁ ଏହା ପଛର ପୌରାଣିକ ତତ୍ତ୍ଵ?

Adhara Pana 2024: ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି। ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୁଏ। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ରଥରେ ବିଜେ କରିଥିବା ତିନି ଠାକୁରଙ୍କୁ ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ।  ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ୩ ରଥ ଗୁଡିକରେ ଥିବା ପାର୍ଶ୍ଵ-ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହି ଆସିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି ଲୋକକଥା ରହିଛି। ସାଧାରଣତଃ ଏହି ପଣାରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।

ALSO READ: Today Horoscope: ଆଜି ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହିସବୁ ରାଶି , ଜାଣନ୍ତୁ ଆପଣଙ୍କ କେମିତି ରହିବ ଗୁରୁବାର?

ALSO READ: Weather Update: ବଢିବ ବର୍ଷାର ପରିମାଣ, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପହୁଡ଼ ନୀତି ସମ୍ପନ୍ନ ହେବା ପରେ, ସକାଳ ସାଢ଼େ ୬ଟା ଭିତରେ ମଙ୍ଗଳଆଳତି ନୀତି ଶେଷ ହେବ। ଏହାପରେ, ୭ଟାରେ ମଇଲମ, ୮ଟାରେ ଅବକାଶ ଓ ୯ ଟାରେ ବେଶ ଶେଷ ହେବ।  ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ଗୋପାଳବଲ୍ଲଭ, ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭିତରେ ସକାଳ ଧୂପ, ଅପରାହ୍ଣ ଗୋଟାଏରେ ମଇଲମ, ସାଢ଼େ ଗୋଟାଏରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ। ଏହାପରେ, ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ପରେ ଅଧରପଣା ନୀତି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ତିନିରଥରେ ଅଧରପଣା ନୀତି ଶେଷ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ ଓ ବେଶ, ସାଢ଼େ ୧୦ଟାରେ ସନ୍ଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସନ୍ଧ୍ୟା ଧୂପ, ସାଢ଼େ ୧୨ଟାରେ ମଇଲମ ଓ ଚନ୍ଦନ ଲାଗି, ରାତି ଗୋଟାଏରେ ବଡ଼ସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡ଼ସିଂହାର ଭୋଗ ଓ ରାତି ୨ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବେ ଅଧରପାଣ ପାଇଁ ଆବଶ୍ୟକ ଜଳ ରାଧାବଲ୍ଲବ ମଠ କୂପରୁ ଆସୁଥିଲା। ପରବର୍ତ୍ତୀ ସମୟରେ ସିଂହଦ୍ବାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଉଛି।  ଜଳ ବୁହାବେଳେ  ମନ୍ଦିର ଚର୍ଚ୍ଚା  ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଅ ଖୋଳାପ ଧରି ଲୋକଙ୍କୁ ଆଡେଇ ଥାନ୍ତି।  ଯେପରିକ କେହିଜଳକୁ ସ୍ପର୍ଶ କରିପାରିବେ  ନାହିଁ। ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ତେ ନୂଆ ଗାମୁଛା ଟେରା ଧରି ଥାଆନ୍ତି।  ଅଧରପଣା ହାଣ୍ତି ଉପରେ ଖଣ୍ତେ ଲେଖାଏଁ ଧଳା କରିକା( ଜାଲିକନା) ପକାଯାଏ।  ଜଳଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି।  ମହାସୁଆର ମାନେ ପ୍ରତି ରଥରେ ଅଧରହାଣ୍ତିରେ ପଣା ପ୍ରସ୍ତୁତ କରିଥାଆନ୍ତି। ଏହାପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକ ତିନି ରଥର ପୂଜା କରନ୍ତି। ତତପରେ ପାଳିଆ ପୂଜା ପଣ୍ତା ପଞ୍ଚୋପଚାରରେ ପୂଜା କରନ୍ତି।