ଚିକିଟି ମଦମୃତ୍ୟୁ ଘଟଣା: ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha2394877

ଚିକିଟି ମଦମୃତ୍ୟୁ ଘଟଣା: ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

RDC investigation: ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି ହୋଇଥିବା ସୂଚନା ରହିଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି।

ଚିକିଟି ମଦମୃତ୍ୟୁ ଘଟଣା: ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ଵର: ଚିକିଟି ମଦ ମୃତ୍ୟୁ ଘଟଣାରେ ସରକାରଙ୍କ ଆକ୍ସନ ନେବା ଆରମ୍ଭ ହୋଇଛି। ମଦ ମୃତ୍ୟୁ ମାମଲାର ଆରଡିସିସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି। ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଅବକାରୀ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମଦ ମୃତ୍ୟ ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ହୋ ହାଲ୍ଲା କରିଛନ୍ତି। ଗୃହକୁ ବାଚସ୍ପତି ମୁଲତବୀ ପରେ ମୂଲତବୀ କରୁଛନ୍ତି। 

ଅନ୍ୟପଟେ ଚିକିଟି ମଦ ମୃତ୍ୟୁ ଘଟଣା ପରେ ୨ ଅଧିକାରୀଙ୍କ ବଦଳି ହୋଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି ହୋଇଥିବା ସୂଚନା ରହିଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ନିଲମ୍ବିତ ହୋଇଛନ୍ତି। ସେହିପରି ଚିକିଟି ମଦ ଟ୍ରାଜେଡିକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଇଛି। ଗତକାଲି ସଂଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି। ଗଞ୍ଜାମ ଜିଲ୍ଲାରୁ ୩୮୫ ଲିଟର ମଦ ଜବତ କରାଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଟିକିରିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ୧୨ରୁ ଅଧିକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବୁଧବାର ଏହି ଘଟଣାକୁ ନେଇ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।