ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2305125

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଟ୍ରାଏଲ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଜାମିନ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରିବା ସହ ପିଟିସନ୍‌ ଦାଖଲ କରିଛନ୍ତି କେଜ୍ରିୱାଲ ।

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଫେରାଦ ଦେଇଛନ୍ତି । ଟ୍ରାଏଲ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଜାମିନ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରିବା ସହ ପିଟିସନ୍‌ ଦାଖଲ କରିଛନ୍ତି କେଜ୍ରିୱାଲ ।

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜାମିନ ମିଳିଥିଲା। ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଆଜି କେଜ୍ରିୱାଲଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ। ଅନ୍ୟପକ୍ଷେ ‌କେଜ୍ରିୱାଲଙ୍କ ଜାମିନ ଆଦେଶ ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିତାଦେଶ ଲଗାଇବାପାଇଁ ଇଡି କୋର୍ଟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ଇଡି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ ୧ ତାରିଖରୁ କେଜ୍ରିୱାଲ ଜେଲ୍‌ରେ ଅଛନ୍ତି। ଗତମାସ‌ ଲୋକସଭା ନିର୍ବାଚନ ପ୍ରଚାର ଲାଗି ତାଙ୍କୁ ଅଳ୍ପ କିଛି ଦିନ ପାଇଁ ଜାମିନ ମିଳିଥିଲା। କେଜ୍ରିୱାଲଙ୍କୁ ଜାମିନ ମିଳିବାପ‌ରେ ଆପ୍‌ କର୍ମୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବାଣ ଫୁଟାଇ ସ୍ବାଗତ କରିଥିଲେ ସମର୍ଥକ । ଆପ୍‌ ରାଜ୍ୟସଭା ସାଂସଦ ସଂଜୟ ସିଂହ କହିଥିଲେ ଯେ, କେଜ୍ରିୱାଲ ଜେଲ୍‌ରୁ ମୁକୁଳିବା ଦ୍ବାରା ଗଣତନ୍ତ୍ର ସୁଦୃଢ଼ ହେବ। ସେହିପରି ଆପ୍‌ ନେତ୍ରୀ ଆତିଶୀ କହିଥିଲେ, ‘ସତ୍ୟମେବ ଜୟତେ’। ପଂଜାବ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ନେତା ଭଗୱନ୍ତ ମାନ କହିଥିଲେ, କୋର୍ଟ ଉପରେ ଆମର ବିଶ୍ବାସ ରହିଛି।

Also Read- ଚଳଚ୍ଚିତ୍ର ବିତରକ ପ୍ରକାଶ ଫିଲ୍ମସ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଯୋଜକ ରୁପେଶ କୁମାର

Also Read- Naxal Attack: ସୁକୁମାରେ ନକ୍ସଲ ହମଲା, ୨ ଯବାନ ସହିଦ