ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷୀ ଦେଲେ ଆଇପିଏସ ଅରୁଣ ବୋଥ୍ରା
Advertisement
Article Detail0/zeeodisha/odisha2413082

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷୀ ଦେଲେ ଆଇପିଏସ ଅରୁଣ ବୋଥ୍ରା

Bomb blast case: ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ।

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷୀ ଦେଲେ ଆଇପିଏସ ଅରୁଣ ବୋଥ୍ରା

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ସାକ୍ଷୀ ଦେବା ପାଇଁ ପାଟଣାଗଡ଼ କୋର୍ଟରେ ହାଜର ହୋଇଛନ୍ତି ଆଇପିଏସ ଅରୁଣ ବୋଥ୍ରା। ଘଟଣାର ୬୦ ନମ୍ବର ସାକ୍ଷୀ ହେଉଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ ଉପସ୍ଥିତିରେ ସାକ୍ଷ୍ୟ ପ୍ରଦାନ କରିବେ। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରୁ କୋର୍ଟକୁ ଅଣାଯାଇଛି। 

ସୂଚନାଯୋଗ୍ୟ ଯେ, ୨୦୧୮ମସିହାରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣା ଘଟିଥିଲା। ସହରର ବରହମ୍‌ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ବେଳେ ଘରକୁ ଆସିଥିବା ଗିପ୍ଟ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ସେ ମୃତ୍ୟୁ ମୁହଁରୁ ଫେରିଥିଲେ। ତେବେ ଏହି ଘଟଣାକୁ ୬ବର୍ଷ ବିତିବାକୁ ବସିଲାଣି। ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍‌ର ସିଡି ଡିସ୍‌ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଛି। କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ବିରୋଧ କରିଛନ୍ତି ପ୍ରତିପକ୍ଷ ଓକିଲ। ଆସନ୍ତା ସେପ୍ଟେମ୍ବର ୧୧ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।