Banakalagi Ritual: ଆଜିଠୁ ଦୁଇ ଦିନ ମହାପ୍ରଭୁଙ୍କ ବନକଲାଗି ନୀତି, ୭ରେ ନବଯୌବନ ଦର୍ଶନ
Advertisement
Article Detail0/zeeodisha/odisha2322451

Banakalagi Ritual: ଆଜିଠୁ ଦୁଇ ଦିନ ମହାପ୍ରଭୁଙ୍କ ବନକଲାଗି ନୀତି, ୭ରେ ନବଯୌବନ ଦର୍ଶନ

Banakalagi Ritual: ଆଜି ଠାରୁ ଶ୍ରୀଜୀୟୁଙ୍କ ସବୁଠୁ ବଡ଼ ବନକଲାଗି ନୀତି ଆରମ୍ଭ ହୋଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଏହି ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ।। ଏଥିପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

Banakalagi Ritual: ଆଜିଠୁ ଦୁଇ ଦିନ ମହାପ୍ରଭୁଙ୍କ ବନକଲାଗି ନୀତି, ୭ରେ ନବଯୌବନ ଦର୍ଶନ

Banakalagi Ritual: ଆଜି ଠାରୁ ଶ୍ରୀଜୀୟୁଙ୍କ ସବୁଠୁ ବଡ଼ ବନକଲାଗି ନୀତି ଆରମ୍ଭ ହୋଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଏହି ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ।। ଏଥିପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଗତକାଲି ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ହୋତା ପଡ଼ିବା ପରେ ବନକଲାଗୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଶ୍ରୀମୁଖ ଶୃଙ୍ଗୀର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ଅଣସର ଘରେ ପହଞ୍ଚିବା ପରେ ଖଡ଼ି ଲାଗି ନୀତି ଆରମ୍ଭ ହୋଇଥିଲା।ଖଡି଼ଲାଗି ପରେ ଆଜି ଦତ୍ତ ମହାପାତ୍ରଙ୍କ ସହ ଦଇତାପତି, ପତିମହାପାତ୍ର ସେବକ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିଥାନ୍ତି।

ALSO READ: Petrol Diesel Price Today: ଖାଉଟିଙ୍କୁ ମହଙ୍ଗା ମାଡ, ଆଜି ପୁଣି ବଢିଲା ତୈଳ ଦର

ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାରର ପର୍ବ ଆରମ୍ଭ ହୋଇଥାଏ। ଦତ୍ତ ପ୍ରବେଶ ନୀତି ସହ ବନକଲାଗି ଆରମ୍ଭ ହେବା ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ଗତକାଲି ଖଡି ଲେପ ଦେଇଥିଲେ। ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜୀୟୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖତି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିବେ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରିତାଳ, ହିଂଗୁଳ,ଶଂଖ,କଳା ଆଦି ବିଭିନ୍ନ ପ୍ରସାଧନ ସାମଗ୍ରୀର ମିଶ୍ରଣକୁ ଲାଗି କରାଯିବ। ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବ। ଦୁଇଦିନ ଧରି ବନକଲାଗି ନୀତି ଚାଲିବା ପରେ ଜୁଲାଇ ୭ ତାରିଖରେ ଶ୍ରୀବିଗ୍ରହମାନେ ନବଯୌବନ ପ୍ରାପ୍ତି ହେବେ।

ସେପଟେ ଆସନ୍ତା କାଲି ତିନିରଥର ଦକ୍ଷିଣ ମୋଡ। ରଥଖଳାରୁ ସିଂହଦ୍ଵାର ନିକଟରେ ପହଞ୍ଚିବେ ତିନିଥର। ଏଥିଲାଗି ୫୩ବର୍ଷ ପରେ ବିରଳ ରଥଯାତ୍ରା ହେଉଥିବାରୁ ଏଥର ପଟିଦିଅଁଙ୍କ ନିକଟରୁ ଆସିବ ଆଜ୍ଞାମାଳ। ଏଥିପାଇଁ ସ୍ୱତନ୍ତ୍ର ନିତି ନିର୍ଘଣ୍ଟ କରାଯାଇଛି। ସକାଳ୮.୪୫ରେ ରଥ ଆଜ୍ଞାମାଳ ବିଜେ ହେବେ ଅପରାହ୍ନ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବେ।