Advertisement
Article Detail0/zeeodisha/odisha2374073
Zee OdishaOdisha StateOdisha News: ସମୁଦ୍ର ବାଟେ ପଶି ଆସିବେ ବାଂଲାଦେଶୀ! ଉପକୂଳରେ ହାଇଆଲର୍ଟ

Odisha News: ସମୁଦ୍ର ବାଟେ ପଶି ଆସିବେ ବାଂଲାଦେଶୀ! ଉପକୂଳରେ ହାଇଆଲର୍ଟ

Odisha News: ଶେଖ୍ ହାସିନା ସରକାରର ପତନ ପରେ ଜଳୁଛି ବାଂଲାଦେଶ। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ଏବଂ ପୋଡାଜଳା ମଧ୍ୟ ଜାରି ରହିଛି। ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ି ଚାଲିଥିବାବେଳେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରାଯାଉଛି। 

Odisha News: ସମୁଦ୍ର ବାଟେ ପଶି ଆସିବେ ବାଂଲାଦେଶୀ! ଉପକୂଳରେ ହାଇଆଲର୍ଟ

Odisha News: ଶେଖ୍ ହାସିନା ସରକାରର ପତନ ପରେ ଜଳୁଛି ବାଂଲାଦେଶ। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ଏବଂ ପୋଡାଜଳା ମଧ୍ୟ ଜାରି ରହିଛି। ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ି ଚାଲିଥିବାବେଳେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ଭାରତ ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। 

କିଛି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି। ତେବେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି। ପୁରୀ ଜିଲ୍ଲାରେ ଚାରୋଟି ମେରାଇନ୍‌ ଥାନା ଥିବାବେଳେ ଏଥିରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ବେଳେ ଅତ୍ୟାଧୁନିକ ବୋଟ୍ ଓ ଆବଶ୍ୟକୀୟ ସରଞ୍ଜାମ ନାହିଁ। ତେଣୁ ତୁରନ୍ତ ପୁରୀ ଏସପି ଓ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି ହୋଇଛି। ବାଂଲାଦେଶ ରେ ସାଂପ୍ରତିକ ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଜଳପଥ ଉପରେ କୋଷ୍ଟ ଗାର୍ଡ ଏବଂ ଭାରତୀୟ ନୋସେନା ତୀକ୍ଷ୍ମ ନଜର ରଖିଛି। 

ତେବେ ଜଳ ପଥରେ ବାଂଲାଦେଶ ପଟୁ ଅନୁପ୍ରବେଶ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ପୁରୀ ଜିଲ୍ଲା ପୋଲିସ କୁ ଆସିନଥିବା ବେଳେ ପୁରୀ ପୋଲିସ କିନ୍ତୁ ସମ୍ପୂର୍ଣ୍ଣ ସତର୍କ ରହିଥିବା ଏସପି ପିନାକ ମିଶ୍ର କହିଛନ୍ତି। ପୁରୀ ଜିଲ୍ଲା ଯେହେତୁ ସମୁଦ୍ର ତଟରେ ଅବସ୍ଥିତ କୌଣସି ଅନୁପ୍ରବେଶ ଘଟଣା ଆଶଙ୍କାକୁ ନେଇ କୋଷ୍ଟ ଗାର୍ଡ ସହିତ ପୁରୀ ମେରାଇନ୍ ପୋଲିସ ନାୟମିତ ପେଟ୍ରୋଲି କରୁଛି। ଏଣୁ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସପି କହିଛନ୍ତି। ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଜଳପଥ ଉପରେ କଡ଼ା ନଜର ରଖିବା ପୁରୀ ମେରାଇନ୍ ଥାନାର ଦୈନନ୍ଦିନ କାର୍ଯ୍ୟ। ତେବେ ବାଂଲାଦେଶ ସ୍ଥିତିକୁ ନେଇ ପୁରୀ ଜିଲ୍ଲାରେ ଅନୁପ୍ରବେଶ ହେବା ଆଶଙ୍କାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଆସି ନ ଥିବା ବେଳେ ମେରାଇନ୍ ଥାନା ପୋଲିସ ଏବଂ କୋଷ୍ଟ ଗାର୍ଡ ନିୟମିତ ଭାବେ ଜଳପଥରେ ପେଟ୍ରୋଲିଙ୍ଗ କରୁଛି ବୋଲି ଜିଲ୍ଲାପାଳ କହିଛନ୍ତି।‌

Add Zee News as a Preferred Source
About the Author