ଆଦିମାନବଙ୍କୁ ନେଇ ଆସିଲା ରୋଚକ ତଥ୍ଯ, ଆଫ୍ରିକାରୁ ନୁହେଁ ଏହିଠାରୁ ଆସିଥିଲେ ଆମ ପୂର୍ବଜ!
Advertisement

ଆଦିମାନବଙ୍କୁ ନେଇ ଆସିଲା ରୋଚକ ତଥ୍ଯ, ଆଫ୍ରିକାରୁ ନୁହେଁ ଏହିଠାରୁ ଆସିଥିଲେ ଆମ ପୂର୍ବଜ!

Human Evolution: ଆଜି ପର୍ଯ୍ଯନ୍ତ କୁହାଯାଉଥିଲା ଯେ,ମାନବର ଅନ୍ତୁଡ଼ିଶାଳ ଆଫ୍ରିକା । କିନ୍ତୁ ନୂଆ ଗବେଷଣାକୁ ଯଦି ବିଶ୍ୱାସ କରାଯାଏ ତେବେ ଆଫ୍ରିକା ନୁହେଁ ବରଂ ୟୁରୋପ ହେଉଛି ମାନବର ଅନ୍ତୁଡ଼ିଶାଳ । ଏହି ନୂଆ ଗବେଷଣା ଅନୁସାରେ ୟୁରୋପରୁ ମାନବ ପୃଥିବୀର ବାକି ଅଂଚଳକୁ ବ୍ଯାପିଥିଲେ ।

ସୌ(ସୋସିଆଲ ମିଡିଆ)

Human Evolution: ମାନବ କେଉଁଠାରୁ ଆସିଥିଲେ? ପରେ କେଉଁଠାରୁ କେଉଁଠାକୁ ଗଲେ ? ଏହି ପ୍ରଶ୍ନ ଅନେକ ବର୍ଷ ଧରି ନୃତତ୍ତ୍ୱବିତଙ୍କୁ ଅଧିକ ଗବେଷଣା ଲାଗି ପ୍ରେରିତ କରି ଆସିଛି । ଆଜି ପର୍ଯ୍ଯନ୍ତ କୁହାଯାଉଥିଲା ଯେ,ମାନବର ଅନ୍ତୁଡ଼ିଶାଳ ଆଫ୍ରିକା । କିନ୍ତୁ ନୂଆ ଗବେଷଣାକୁ ଯଦି ବିଶ୍ୱାସ କରାଯାଏ ତେବେ ଆଫ୍ରିକା ନୁହେଁ ବରଂ ୟୁରୋପ ହେଉଛି ମାନବର ଅନ୍ତୁଡ଼ିଶାଳ । ଏହି ନୂଆ ଗବେଷଣା ଅନୁସାରେ ୟୁରୋପରୁ ମାନବ ପୃଥିବୀର ବାକି ଅଂଚଳକୁ ବ୍ଯାପିଥିଲେ ।

ତୁର୍କି ଜିବାସ୍ମ କହୁଛି ଅଲଗା କଥା

ଆଜି ପର୍ଯ୍ଯନ୍ତ ମିଳିଥିବା ଜୀବାସ୍ମ ଓ ଅନ୍ୟ ସଂକେତର ସାହାଯ୍ଯ ନେଇ ବୈଜ୍ଞାନିକ ଦାବି କରୁଥିଲେ ଯେ, ଆଫ୍ରିକାରୁ ଆଦିମାନବ ବାକି ଦୁନିଆକୁ ବ୍ଯାପିଥିଲେ । ଅର୍ଥାତ୍ ଆମର ପୂର୍ବଜଙ୍କ ଘର ଥିଲା ଆଫ୍ରିକା । ପ୍ରଥମ ମାନବ ସେଠାରେ ଜନ୍ମ ନେଇଥିଲେ ଓ ପରେ ଖାଦ୍ଯ ଅନ୍ୱେଷଣରେ ଦୁନିଆର ଦୁରଦୂରାନ୍ତକୁ ଯାଇଥିଲେ । କିନ୍ତୁ ତୁର୍କିରେ ହୋଇଥିବା ଏକ ଅଧ୍ଯୟନରେ ଏଭଳି ଦାବିକୁ ଖଣ୍ଡନ କରାଯାଇଛି । ତୁର୍କିରେ ମିଳିଥିବା ଏକ ଜୀବାସ୍ମ ଉପରେ ଗବେଷଣା କରିଥିବା ବୈଜ୍ଞାନିକଙ୍କ ଦାବି ଯେ, ୟୁରୋପରୁ ଆଦିମାନବ ସାରା ବିଶ୍ୱକୁ ବ୍ଯାପିଥିଲେ । ତୁର୍କିରୁ ଯେଉଁ ଜୀବାସ୍ମ ମିଳିଛି ତାହା କୌଣସି ସାଧାରଣ ବାନବର ଜୀବାସ୍ମ ନୁହେଁ  । ଏହା ହେଉଛି 'ଏନଡୋଲୁଭିୟସ ତୁର୍କିୟେ' ନାମକ ବାନରର ଜୀବାସ୍ମ । ଏହି ବାନର ବଡ଼ ବାନର ଥିଲେ । ଯେଉଁମାନଙ୍କ ଓଜନ ୮୦ କିଲୋରୁ ଅଧିକ ଥିଲା । ସେମାନେ ଖୋଲା ଆକାଶ ତଳେ ରହୁଥିଲେ । ସେମାନେ ଗଣ୍ଡା, ଜେବ୍ରା, ଜିରାଫ, ହାତୀ ଓ ବାଘ ଭଳି ଜୀବଙ୍କ ସହିତ ଏକାଠି ରହୁଥିଲେ । ସେମାନେ ମାଂସ ସହିତ କନ୍ଦମୂଳ ଖାଇ ବଞ୍ଚୁଥିଲେ  ।  ୮୭ ଲକ୍ଷ ବର୍ଷର ପୁରୁଣା କୋରକାୟର ଜୀବାସ୍ମ ସ୍ଥଳ ଦୁନିଆର ସବୁଠାରୁ ପୁରାତନ ଜୀବାସ୍ମ ସ୍ଥଳ ଅଟେ । ଏହିଠାରେ ଅନେକ ଆଫ୍ରିକୀୟ ବାନରଙ୍କ ପୂର୍ବଜଙ୍କ ଜନ୍ମ ହୋଇଥିବା ବୈଜ୍ଞାନିକ ମାନେ ଅନୁମାନ କରନ୍ତି ।

ୟୁରୋପରୁ ଯାଇଥିଲେ ଆଫ୍ରିକା

ଜଳବାୟୁ ପରିବର୍ତ୍ତନ ଓ ଅନ୍ଯାନ୍ଯ କାରଣରୁ ୟୁରୋପରୁ ଆଦିମାନବ ଆଫ୍ରିକାକୁ ଯାଇଥିଲେ । ଏହି ଅଧ୍ଯୟନର ଗବେଷକ ତଥା ଲେଖକ ଡିଆର ଭିଗନଙ୍କ କହିବା ହେଉଛି ଯେ,ହୋମିନିୟନ କେବଳ ଯେ ପଶ୍ଚିମ ଓ ମଧ୍ଯ ୟୁରୋପରେ ବିକଶିତ ହୋଇଥିଲେ ତା’ ନୁହେଁ ସେମାନେ ମଧ୍ଯ ଏହି ଅଂଚଳରେ ୫୦ ଲକ୍ଷ ବର୍ଷ ପର୍ଯ୍ଯନ୍ତ ରହିଥିଲେ । ପରେ ସେମାନେ ସେଠାରୁ ପୂର୍ବ ଭୂମଧ୍ଯସାଗର ଅଂଚଳ ଆଫ୍ରିକାକୁ ଯାଇଥିଲେ । ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ଆଚ୍ଛାଦନ ହ୍ରାସ ପାଇଁ ସେମାନେ ଆଫ୍ରିକା ପଳାୟନ କରିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ଯ ଯେ, ହୋମିନିୟନ୍ ୭୦ ଲକ୍ଷ ବର୍ଷ ତଳେ ପ୍ରଥମେ ଆଫ୍ରିକାରେ ମିଳିଥିଲେ । ତା’ପୂର୍ବରୁ ସେମାନେ କେଉଁଠି ଥିଲେ କିମ୍ବା କେଉଁଠାରୁ ଆସିଥିଲେ ସେ ବାବଦରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ଯ ମିଳିପାରିନାହିଁ । ଏହି ଅଧ୍ଯୟନ, ଅନୁସାରେ ୭୦ ବର୍ଷ ପର୍ଯ୍ଯନ୍ତ ଆଫ୍ରିକାକୁ ଘର କରିଥିବା ଆଦିମାନବର ପୂର୍ବଜ ତା’ ପୂର୍ବରୁ ୟୁରୋପରେ ବିକଶିତ ହୋଇଥିଲେ । ଏହି ଅଧ୍ଯୟନ ରିପୋର୍ଟ କମ୍ୟୁନିକେଶନ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି ।