ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନରେ ରହିବ ସ୍ତନ୍ୟପାନ କକ୍ଷ
Advertisement
Article Detail0/zeeodisha/odisha2407704

ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନରେ ରହିବ ସ୍ତନ୍ୟପାନ କକ୍ଷ

Breast feeding centres: ସରକାରୀ କାର୍ଯ୍ୟାଳୟ , ସର୍ବସାଧାରଣ ସ୍ଥାନ ଏବଂ ଘରୋଇ କାର୍ଯ୍ୟାଳୟରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସ୍ଵତନ୍ତ୍ର ଶାସନ ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।

Breast feeding centres

ଭୁବନେଶ୍ଵର: ସରକାରୀ କାର୍ଯ୍ୟାଳୟ , ସର୍ବସାଧାରଣ ସ୍ଥାନ ଏବଂ ଘରୋଇ କାର୍ଯ୍ୟାଳୟରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସ୍ଵତନ୍ତ୍ର ଶାସନ ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।

ଚିଠିରେ  ମହିଳାମାନଙ୍କ ପାଇଁ ଏକ ଅନୁକୂଳ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ କାର୍ଯ୍ୟସ୍ଥଳୀ ଯୋଗାଇଦେବା ପାଇଁ  ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ୱଚ୍ଛ ସ୍ଥାନରେ ସ୍ତନ୍ୟପାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରାଯାଇଛି । ଏହାଦ୍ବାରା  ସମ୍ପୃକ୍ତ କାର୍ଯ୍ୟାଳୟ ତଥା ବିଭିନ୍ନ କାର୍ଯ୍ୟରେ ବାହାରକୁ ଆସିଥିବା ମା’ ମାନେ  ସେମାନଙ୍କ ନବଜାତକୁ କ୍ଷୀର ଖୁଆଇବା ସହଜ ହେବ। ସେମାନଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇପାରିବ । ଏଥିରେ ମହିଳା କର୍ମଚାରୀମାନେ ଉପକୃତ ହୋଇପାରିବେ ବୋଲି ଦର୍ଶାଯାଇଛି।

Also Read: Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର କଲେ ବଡ଼ ଘୋଷଣା, ଆସନ୍ତାକାଲି ଠାରୁ ଆବେଦନ ଆରମ୍ଭ

Also Read: Kaivalya Vohra: ୨୧ ବର୍ଷ ବୟସରେ ୩୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ କିଏ ଏହି ଦେଶର ସର୍ବ କନିଷ୍ଠ ବିଲେନିୟର?