Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ , ଦୁର୍ଘଟଣାରେ ୧୪...
Advertisement
Article Detail0/zeeodisha/odisha2250906

Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ , ଦୁର୍ଘଟଣାରେ ୧୪...

Bus Accident: ବାଟରେ ଛକି ବସିଥିଲା ଯମ । ଭୟଙ୍କର ଦୁର୍ଘଟଣା। ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଯାଜପୁର ସଦର ଥାନା ବରୁହାଁ କବୀରପୁର ଠାରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ , ଦୁର୍ଘଟଣାରେ ୧୪...

Bus Accident: ବାଟରେ ଛକି ବସିଥିଲା ଯମ । ଭୟଙ୍କର ଦୁର୍ଘଟଣା। ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଏହି ଛାତିଥରା ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଯାଜପୁର ସଦର ଥାନା ବରୁହାଁ କବୀରପୁର ଠାରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ-ନେଇ ଛାନଭିନ୍ ଚଳାଇଛି ପୋଲିସ୍। ତେବେ, ଦୁର୍ଘଟଣାର ପ୍ରକୃତ କାରଣ ପ୍ରକୃତ କାରଣ ଜଣାପଡିନାହିଁ।

ଏହାବି ପଢନ୍ତୁ : Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ ଟା ସମୟରେ ବରୀ କାଇପଡାରୁ କଟକ ଯାଉଥିବା ଦେବଯାନୀ ବସ୍  ସହ ଏକ ଚିପ୍ସ ବୋଝେଇ ହାଇଓ୍ବା  ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା।  ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଥିଲେ।  ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ। ସେପଟେ ଦୁର୍ଘଟଣା ପରେ ବସ ଓ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।  ଦୁର୍ଘଟଣାର କାରଣ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସେପଟେ, ଆଜି ଆଉ ଏକ ଭୟଙ୍କର ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ଚରମ୍ପା  ଥାନା ରିମୁଳି ବାଇପାସରେ ଘଟିଛି । ୨ଟି ଟ୍ରକ୍ ସହ ଏକ କାର୍ ଧକ୍କା ହେବାରୁ ୬ ଜଣ ଯାତ୍ରୀଙ୍କ ଜୀବନ ଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ପରିବାରର ୬ ସଦସ୍ୟ ଚମ୍ପୁଆ ଥାନା ଅନ୍ତର୍ଗତ  ବଡବିଲ୍ ଭଦ୍ରାସାହି ଭୁଶୁଗାଁର ଗୋଟିଏ ପରିବାରର କେନ୍ଦୁଝର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ କାରଟି ୫୨୦ ଜାତୀୟ ରାଜପଥ ବାଇପାସ୍ ନିକଟରେ ପହଞ୍ଚିବା ସମୟରେ ଏକ ଟ୍ରକ୍ କାରଟିକୁ ଧକ୍କା ଦେଇଥିଲେ। ଏ-ହି ସମୟରେ ଆଉ ଏକ ଟ୍ରକ୍ ଆସି କାରଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା।  ଫଳରେ ୨ଟି ଟ୍ରକ୍ କାର ଟିକୁ ଏକା ସାଙ୍ଗରେ ଧକ୍କା ଦେବାରୁ କାରରେ ଥିବା  ୬ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,  ଦୁର୍ଘଟଣାରେ କାରଟି ପୂରା ଚୁନମାର ହୋଇଯାଇଥିଲା।  ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲ। ପୋଲିସ୍ ଘଟସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କାରଟିକୁ କଟରରେ କାଟି ମୃତଦେହ ଗୁଡିକୁ ବାହାର କରି ପୋଷ୍ଟ ମଟମ୍ ପାଇଁ ପଠାଇଛି। ତେବେ, ମୃତକଙ୍କ ମଧ୍ୟରେ ୨ ମହିଳା, ତିନି ପୁରୁଷ ଓ ଜଣେ ଛୋଟ ଶିଶୁ ଥିବା ଜଣାପଡିଛି।  ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।