History of Today: ବ୍ରିଟିଶରଙ୍କ ବିରୋଧରେ ଲଢ଼ି ପ୍ରାଣ ହରାଇଥିଲେ ବୀର ଛବିଳ ସାଏ
Advertisement
Article Detail0/zeeodisha/odisha2036217

History of Today: ବ୍ରିଟିଶରଙ୍କ ବିରୋଧରେ ଲଢ଼ି ପ୍ରାଣ ହରାଇଥିଲେ ବୀର ଛବିଳ ସାଏ

History of Today: ଆଜି ୩୦ ଡିସେମ୍ବର ୨୦୨୩ ।୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ ସମ୍ବଲପୁରର କୁଦୋପାଲିରେ ସ୍ୱାଧୀନତା ସଂଗ୍ରାମୀ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଇଂରେଜମାନେ ଅତର୍କିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ।ଆଜିର ଦିନକୁ ମନେ ପକାଇ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମରଣରେ କୁଦୋପାଲି ଠାରେ ଏକ ଐତିହାସିକ ଶ୍ରଦ୍ଧାଞ୍ଜଳି ସଭାରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ସହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

History of Today: ବ୍ରିଟିଶରଙ୍କ ବିରୋଧରେ ଲଢ଼ି ପ୍ରାଣ ହରାଇଥିଲେ ବୀର ଛବିଳ ସାଏ

History of Today: ଆଜି ୩୦ ଡିସେମ୍ବର ୨୦୨୩ ।୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ ସମ୍ବଲପୁରର କୁଦୋପାଲିରେ ସ୍ୱାଧୀନତା ସଂଗ୍ରାମୀ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଇଂରେଜମାନେ ଅତର୍କିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ।ଆଜିର ଦିନକୁ ମନେ ପକାଇ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମରଣରେ କୁଦୋପାଲି ଠାରେ ଏକ ଐତିହାସିକ ଶ୍ରଦ୍ଧାଞ୍ଜଳି ସଭାରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ସହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହୀଦ ବୀର ଛବିଳ ସାଏଙ୍କ ଜୀବନୀ ଉପରେ ଗବେଷଣା ହେବ,ରକ୍ତତୀର୍ଥ କୁଦୋପାଲି ଉପରେ ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଇତିହାସ,ଏବଂ ଜାତୀୟ ସ୍ତରରେ ତୀର୍ଥକ୍ଷେତ୍ର ଭାବରେ ମଧ୍ୟ ପରିଚିତ ହେବ ବୋଲି ପ୍ରତିଶ୍ରୁତି ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛତିଶଗଡ ରାଜ୍ୟପାଳ ବିଶ୍ଵଭୁଷଣ ହରିଚନ୍ଦନ ମଧ୍ୟ ଏ ସହୀଦ ଭୂମି ରେ ପହଂଚି ନିଜକୁ ଧନ୍ୟ ମନେ କରିଥିବା ସହ ଏହାର ଅନାଲୋଚିତ ଇତିହାସ ଲୋକଲୋଚନ କୁ ଆସିବା ଉଚିତ ବୋଲି କହିଥିଲେ। ଆଜି ସକାଳେ ସେ ମା ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚି ତାଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସନ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ କରିଥିଲେ ଆଉ ଗରିଲା ଯୁଦ୍ଧ ପାଇଁ ସଂଗ୍ରାମୀ ମାନଙ୍କୁ ପ୍ରସ୍ତୁତ କରିଥିଲେ। ତାଙ୍କର ଅନେକ ଘାଟି ଥିଲା-ଯାହା ଭିତରେ ଝରଘାଟି, ଗଡପାଟି ଓ ସମ୍ବଲପୁର ସହର ସଂଲଗ୍ନ କୁଦୋପାଲି ଘାଟି ଅନ୍ୟତମ ଥିଲା। କୁଦୋପାଲି ଘାଟି ଦାୟିତ୍ୱରେ ଥିଲେ ସୁରେନ୍ଦ୍ର ସାଏଙ୍କ ଭାଇ ବୀର ଛବିଳ ସାଏ। ଇଂରେଜ ବାହିନୀ ୧୭ ଡିସେମ୍ବର ୧୮୫୭ ରେ ଆକ୍ରମଣ କରନ୍ତି।କିନ୍ତୁ ଅଦମ୍ୟ ସାହସର ସହ ଲଢେ଼ଇ କରି ଇଂରେଜ ବାହିନୀ କୁ ଫେରି ଯିବା ପାଇଁ ବାଧ୍ୟ କରନ୍ତି ସଂଗ୍ରାମୀ ମାନେ।ସେଦିନ ଯୁଦ୍ଧରେ ସହୀଦ ହୁଅନ୍ତି, ୪ ଜଣ ସଂଗ୍ରାମୀ।

ଏପଟେ ପ୍ରତିଶୋଧର ନିଆଁ ଜଳୁଥାଏ ବ୍ରିଟିଶ ଅଧିକାରୀଙ୍କ ମନରେ।ମାଡ୍ରାସ ଓ ନାଗପୁର ରୁ ସୈନ୍ୟ ମଗାନ୍ତି ସେମାନେ। ତାପରେ ୩୦ ଡିସେମ୍ବରର ସୂର୍ଯ୍ୟ ଉଦୟ ସମୟରେ ଅତର୍କିତ ଆକ୍ରମଣ କରି ଦିଅନ୍ତି ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ବ୍ରିଟିଶ ସେନା ବାହିନୀ। ପ୍ରଚଣ୍ଡ ଶୀତ ପାଇଁ ପାହାଡ଼ ତଳେ ଆସି ବିଶ୍ରାମ ନେଉଥିବା ସୈନ୍ୟ ମାନେ କିଛି ବୁଝିବା ପୂର୍ବରୁ ବୀର ଛବିଳ ସାଏ ସମେତ ୫୩ ଜଣ ଟଳି ପଡନ୍ତି ଇଂରେଜଙ୍କ ଗୁଳିରେ।ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଅଦମ୍ୟ ସାହସ ର ସହ ଲଢ଼ି ୫୩ ଜଣ ବୀରଗତି ପ୍ରାପ୍ତ ହୋଇଥିବା ସଂଗ୍ରାମୀଙ୍କ ମଧ୍ୟରୁ ୫ ଜଣ କୁଦୋପାଲି ଗ୍ରାମର ଥିଲେ।

୧୧ ଜଣଙ୍କୁ ଗିରଫ କରନ୍ତି ଇଂରେଜ । ୪ ଜଣଙ୍କୁ ଫାଶୀ ହୁଏ,୨ ଜଣଙ୍କୁ ୭ ବର୍ଷର କଠୋର ଜେଲ ଦଣ୍ଡ।ମା, ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ ହେଲେ,ଫାଶୀ ଦଣ୍ଡ ପାଇଲେ ସେ ରଣଭୂମି ଆମର ବୀରତ୍ବର ପ୍ରତୀକ।ବୀର ସଂଗ୍ରାମୀଙ୍କ ରକ୍ତରେ ରକ୍ତ ରଞ୍ଜିତ ସେ ମାଟି ଆମ ପାଇଁ ଚନ୍ଦନ ସଦୃଶ ବୋଲି ଅତିଥିମାନେ କହିଥିଲେ |

Also Read: Odisha News: ନବରଙ୍ଗପୁରବାସୀଙ୍କୁ ନବୀନଙ୍କ ଭେଟି, ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ....