Vigilance Raid: ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲାଞ୍ଚ ଦେବା ବେଳେ ଜଣେ ଗିରଫ
Advertisement
Article Detail0/zeeodisha/odisha2425772

Vigilance Raid: ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲାଞ୍ଚ ଦେବା ବେଳେ ଜଣେ ଗିରଫ

Vigilance Raid: ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ରାମଭାବ ଗଟୁ। ରାମଭାବ ଛତିଶଗଡ ଅମ୍ବୁଜା ସିମେଣ୍ଟର chief Manufacturing officer ଅଟନ୍ତି। ସେ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବରଗଡ଼ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଗୋଟିଏ ଫୁଲ ତୋଡ଼ା ଓ ଏକ ମିଠା ପେକେଟ ଦେଇଥିଲେ। ମିଠା ପେକେଟ ଭିତରେ ୪ ଟି ୫୦୦ ଟଙ୍କିଆ ବଣ୍ଡଲ ରହିଥିଲା। 

 Vigilance Raid: ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲାଞ୍ଚ ଦେବା ବେଳେ ଜଣେ ଗିରଫ
Vigilance Raid: (ଅଜୟ ନାଥ) ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡ଼ ଜ଼ିଲ୍ଲାପାଳ ଆଦିତ୍ୟ ଗୋୟେଲଙ୍କୁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ରାମଭାବ ଗଟୁ। ରାମଭାବ ଛତିଶଗଡ ଅମ୍ବୁଜା ସିମେଣ୍ଟର chief Manufacturing officer ଅଟନ୍ତି। ସେ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବରଗଡ଼ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଗୋଟିଏ ଫୁଲ ତୋଡ଼ା ଓ ଏକ ମିଠା ପେକେଟ ଦେଇଥିଲେ। ମିଠା ପେକେଟ ଭିତରେ ୪ ଟି ୫୦୦ ଟଙ୍କିଆ ବଣ୍ଡଲ ରହିଥିଲା। 
ତୁରନ୍ତ ଜ଼ିଲ୍ଲାପାଳ ଏନେଇ ଭିଜିଲାନ୍ସ ବିଭାଗ ସମ୍ବଲପୁର କୁ ଜଣାଇଥିଲେ। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଧେଶ କ୍ରମେ ରାମଭାବ ଗଟୁଙ୍କୁ ବରଗଡ଼ ରୁ ଗିରଫ କରି ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ମୁଖ୍ୟାଳୟକୁ ଅଣାଯାଇଥିଲା। ତେବେ ସେ କେଉଁ କାରଣରୁ ଜ଼ିଲ୍ଲାପାଳଙ୍କୁ ଲାଞ୍ଚ ଦେଇଥିଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ସମ୍ବଲପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।