ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି : ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2412846

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି : ମୁଖ୍ୟମନ୍ତ୍ରୀ

Odisha CM: ଗତକାଲି ଗୃହରେ ବିଜେଡି ବିଧାୟକ କଳିକେଶ ସିଂହଦେଓ ପ୍ରଶ୍ନ କରିଥିଲେ କି ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି?

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ତେଜିବା ପରେ ଆଜି ଗୃହରେ ସ୍ପଷ୍ଟିକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ବିଚାରଧୀନ ଅଛି ବୋଲି ସେ କହିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଯେଉଁ ଉତ୍ତର ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା। କିନ୍ତୁ ମୁଁ ଗୃହକୁ ଅବଗତ କରାଇବା ପାଇଁ ଚାହୁଁଛି ଯେ ହାଇକୋର୍ଟ ବେଞ୍ଚ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି। ଲୋକଙ୍କୁ ତ୍ୱରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଧ ପରିକର ବୋଲି ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ। 

ଅନ୍ୟପଟେ ଗତକାଲି ଗୃହରେ ବିଜେଡି ବିଧାୟକ କଳିକେଶ ସିଂହଦେଓ ପ୍ରଶ୍ନ କରିଥିଲେ କି ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି? ବୋଲି ଯାହାର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ। ଯାହାକୁ ନେଇ ପଶ୍ଚିମ ଓଡିଶା ସମେତ ପୁରା ରାଜ୍ୟରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା।