Mohan Majhi: କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ୫ କୋଟି ଟଙ୍କା ଲେଖାଏଁ ଦେବେ ସହୟତା
Advertisement
Article Detail0/zeeodisha/odisha2415269

Mohan Majhi: କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ୫ କୋଟି ଟଙ୍କା ଲେଖାଏଁ ଦେବେ ସହୟତା

ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟ ପାଇଁ ଓଡିଶା ସହଯୋଗର ହାତ ବଢାଇବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା ସମୟରେ କହିଥିଲେ । 

 

CM Mohan Majhi

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା ପ୍ରକାଶ କରିଛନ୍ତି ।

ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟ ପାଇଁ ଓଡିଶା ସହଯୋଗର ହାତ ବଢାଇବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା ସମୟରେ କହିଥିଲେ । 

ଏଥିପାଇଁ ଉଭୟ କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ଉଭୟ କେରଳ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିପର୍ଯ୍ୟୟ ସମୟ ରେ ଉଭୟ ରାଜ୍ୟ ରେ ଥିବା ଓଡ଼ିଆ ଲୋକ ଙ୍କୁ ସାହାଯ୍ୟ ଓ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଭୟ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଗତ ମାସରେ ଉଭୟ ରାଜ୍ୟ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । କେରଳରେ ଭୂସ୍ଖଳନ ଓ ତ୍ରିପୁରାରେ ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି ।

Read More: Sahara Money: ସାହାରାରୁ କିପରି ଉଠାଇବେ ଆପଣଙ୍କ ଅଟକିଯାଇଥିବା ଟଙ୍କା? ସୁପ୍ରିମକୋର୍ଟରୁ ଆସିଲା ଏକ ଖୁସି ଖବର