Odisha News: ୫-ଟି ବ୍ୟାଗ୍‍ ପାଇଁ ୨୪୭ କୋଟି, ଦାଦନ ପାଇଁ ୧୦୦୦ କୋଟି!
Advertisement
Article Detail0/zeeodisha/odisha2414913

Odisha News: ୫-ଟି ବ୍ୟାଗ୍‍ ପାଇଁ ୨୪୭ କୋଟି, ଦାଦନ ପାଇଁ ୧୦୦୦ କୋଟି!

Odisha News: ବିଧାନସଭା ବାହାରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାଉଁଟା କହିଛନ୍ତି, ରାଜ୍ୟ ସରକାର ସେତେବଳେ ଲୋକଙ୍କୁ ଦାଦନ ପଠାଇବା ପାଇଁ ଏହି ଯୋଜନା କରିଥିଲେ। ହାତରେ ହଜାର ଟଙ୍କା ଦେଇ ଗାଡ଼ିଭଡ଼ା କରିବାକୁ କହୁଥିଲେ ଏବଂ ଯେଉଁ ବ୍ୟାଗ୍‍ ଦେଉଥିଲେ ସେଥିରେ ନିଜର ଜିନିଷ ପତ୍ର ନେଇ ଚେନ୍ନାଇ, ଦିଲ୍ଲୀ, ବମ୍ବେ, ସୁରାଟ ଯିବାକୁ କହୁଥିଲେ ବୋଲି ଶ୍ରୀ ସାଉଁଟା ଅଭିଯୋଗ ଆଣିଛନ୍ତି। 

Odisha News: ୫-ଟି ବ୍ୟାଗ୍‍ ପାଇଁ ୨୪୭ କୋଟି, ଦାଦନ ପାଇଁ ୧୦୦୦ କୋଟି!
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲୋକଙ୍କୁ ୫-ଟି ଲେଖାଥିବା ବ୍ୟାଗ୍‍ ବଣ୍ଟନ ଲାଗି ରାଜକୋଷରୁ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୯୪୭ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବାଦ୍‍ ଲୋକଙ୍କ ପାଖରେ ନଗଦ ଟଙ୍କା ପହଞ୍ଚାଇବା ଲାଗି ୧ହଜାର ଟଙ୍କା ବଣ୍ଟନର ଯେଉଁ ବ୍ୟବସ୍ଥା କରାଯାଇଥିଲା ସେଥିରେ ୯୫୯କୋଟି ୫ ଲକ୍ଷ ୨୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ସାଧରଣ ବଣ୍ଟନ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏସବୁ ଅର୍ଥ ଲୋକଙ୍କୁ ଦାଦନ ପଠାଇବା ଲାଗି ବିଜେଡି ସରକାର ଖର୍ଚ୍ଚ କରିଥିଲା ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା। 
ବିଧାନସଭା ବାହାରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାଉଁଟା କହିଛନ୍ତି, ରାଜ୍ୟ ସରକାର ସେତେବଳେ ଲୋକଙ୍କୁ ଦାଦନ ପଠାଇବା ପାଇଁ ଏହି ଯୋଜନା କରିଥିଲେ। ହାତରେ ହଜାର ଟଙ୍କା ଦେଇ ଗାଡ଼ିଭଡ଼ା କରିବାକୁ କହୁଥିଲେ ଏବଂ ଯେଉଁ ବ୍ୟାଗ୍‍ ଦେଉଥିଲେ ସେଥିରେ ନିଜର ଜିନିଷ ପତ୍ର ନେଇ ଚେନ୍ନାଇ, ଦିଲ୍ଲୀ, ବମ୍ବେ, ସୁରାଟ ଯିବାକୁ କହୁଥିଲେ ବୋଲି ଶ୍ରୀ ସାଉଁଟା ଅଭିଯୋଗ ଆଣିଛନ୍ତି। 
ବିଧାୟକ ଅମରେନ୍ଦ୍ର ଦାସ ଏହି ପ୍ରଶ୍ନ ବିଧାନସଭାରେ ପଚାରିଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାଓ୍ୱାରୀ କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ଏକ ବିବରଣୀ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଏହି ବ୍ୟାଗ୍‍ ଏବଂ ଅର୍ଥ ବଣ୍ଟନରେ ଦୁର୍ନୀତି ଅଭିଯୋଗ ତାଙ୍କ ପାଖକୁ ଆସିଛି। ଏ ବାବଦରେ ତଦନ୍ତ ହେବ। ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। 
୫- ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ତତ୍‍କାଳୀନ ସରକାରଙ୍କ ଫ୍ଲାଗ୍‍ଶିପ୍‍ କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ ରାସନକାର୍ଡ ଥିବା ହିତାଧିକାରୀଙ୍କୁ ଦୁଇଟିବ୍ୟାଗ୍‍ ଓ ୧୦୦୦ ଟଙ୍କା  ପ୍ରଦାନ କରିଥିଲା ଯୋଗାଣ ବିଭାଗ। ଅନେକ ସମୟରେ ଏହି ବ୍ୟାଗ ବଣ୍ଟନ ନହୋଇ ଚୋରାଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା। ଏପରିକି ମୁମ୍ବାଇର ଷ୍ଟେସନ୍‍ରେ ଏହି ବ୍ୟାଗ୍‍ ରାସ୍ତା କଡ଼ରେ ବିକ୍ରି ହେଉଥିବା ନଜରକୁ ଆସିଥିଲା।