Odisha Election 2024: ଆଜି ବିଜେଡିରେ ଯୋଗଦେବେ ସୁର ରାଉତରାୟଙ୍କ ପୁଅ
Advertisement

Odisha Election 2024: ଆଜି ବିଜେଡିରେ ଯୋଗଦେବେ ସୁର ରାଉତରାୟଙ୍କ ପୁଅ

Odisha Election 2024: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ଆଜି ବିଜେଡିରେ ଯୋଗ ଦେବେ। ଏଥିଲାଗି ମଞ୍ଚ ସ୍ପଷ୍ଟ ହୋଇଛି। ଶଙ୍ଖ ଭବନରେ ତାଙ୍କ ଯୋଗଦାନ ପାଇଁ ଏକ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବାରମ୍ବାର ବାପାଙ୍କ ପ୍ରତ୍ୟାଖ୍ୟାନ ସତ୍ତ୍ୱେ ନିଜର ରାଜନୀତିକ କ୍ୟାରିୟରକୁ ଲମ୍ବା ଇନିଂସ ଦେବାକୁ ଯାଇ ମନ୍ମଥ ରାଉତରାୟ ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି। 

ମନ୍ମଥ ପେସାରେ ଜଣେ ପାଇଲଟ। ସେ ପାଇଲଟ ଚାକିରି ଛାଡ଼ି ରାଜନୀତି ପ୍ରତି ଆକୃଷ୍ଟ ହୋଇଛନ୍ତି। ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି ସେ ମନସ୍ଥ କରିଥିବା ଜଣାପଡ଼ିଛି। କିଛି ମାସ ତଳେ ସେ ବାପାଙ୍କ ସହ ତତ୍‍କାଳୀନ ୫ଟି ସଚିବ ତଥା ଏବେକାର ବିଜେଡିର ମୁଖ୍ୟ ରଣନୀତିକାର ଭିକେ ପାଣ୍ଡିଆନ୍‍ଙ୍କୁ ଭେଟିଥିଲେ। ଏହା ସୌଜନ୍ୟମୂଳକ ଥିଲା ବୋଲି ସେତେବେଳେ କହିଥିଲେ। 
କଂଗ୍ରେସରୁ ଲଢ଼ିବା ପାଇଁ ତାଙ୍କୁ ବାରମ୍ବାର ପ୍ରୋତ୍ସାହିତ କରିଥିବା ସୁର ପ୍ରେସକୁ ଅନେକ ଥର କହିଛନ୍ତି। କିନ୍ତୁ ସେ  ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ। ସାବାଳକ ଥିବାରୁ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି। 
ଜଟଣୀରେ ବିଜେଡିର ସଂଗଠନ ଦୁର୍ବଳ  ରହିଛି। ମନ୍ମଥଙ୍କୁ ନିଜ ଆଡ଼କୁ ଆଣି ବିଜେଡି(BJD) ସୁରଙ୍କ ଲୋକପ୍ରିୟତାକୁ  ଅକ୍ତିଆର କରିବାକୁ ଚାହିଁଛି। କାରଣ ଏଥର ସୁର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କଂଗ୍ରେସ ତାଙ୍କୁ ଟିକଟ ଦେବାକୁ ଚାହୁଁଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବୟସାଧିକ୍ୟ କାରଣରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।