Income Tax Raid: ମଦଭାଟି ମ୍ୟାନେଜରଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା
Advertisement
Article Detail0/zeeodisha/odisha2001848

Income Tax Raid: ମଦଭାଟି ମ୍ୟାନେଜରଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା

Income Tax Raidପୁଣି ଜବତ ହେଲା ପେଟି ପେଟି ଟଙ୍କା । ମଦଭାଟି ମ୍ୟାନେଜରଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା । ଆଜି ବଲାଙ୍ଗୀର ସୁଦପଡ଼ା ସ୍ଥିତ ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ଶନିବାର ବଲାଙ୍ଗୀର ସୁଦପଡା଼ ମଦଭାଟି ମ୍ୟାନେଜର ବଣ୍ଟିଙ୍କ ଘରୁ ଆୟକର ବିଭାଗ ଚଢଉ କରିଛି । 

ସୌ(ସୋସିଆଲ ମିଡିଆ)

IT Raid Update: ପୁଣି ଜବତ ହେଲା ପେଟି ପେଟି ଟଙ୍କା । ମଦଭାଟି ମ୍ୟାନେଜରଙ୍କ ଘରୁ ମିଳିଲା ଗଦା ଗଦା ଟଙ୍କା । ଆଜି ବଲାଙ୍ଗୀର ସୁଦପଡ଼ା ସ୍ଥିତ ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ଶନିବାର ବଲାଙ୍ଗୀର ସୁଦପଡା଼ ମଦଭାଟି ମ୍ୟାନେଜର ବଣ୍ଟିଙ୍କ ଘରୁ ଆୟକର ବିଭାଗ ଚଢଉ କରିଛି । ଏହି ଚଢଉ ସମୟରେ ପ୍ରାୟ ୨୦ ପେଟି ଟଙ୍କା ଜବତ କରାଯାଇଛି । ପୋଲିସ୍‌ ଉପସ୍ଥିତିରେ ଆୟକର ଟିମ୍ ସଦସ୍ୟ ଏହାକୁ ଜବତ କରି SBI ଶାଖାକୁ ନେଇଛନ୍ତି । ପ୍ରଥମେ ମ୍ୟାନେଜର ବଣ୍ଟିଙ୍କ ଘରୁ ଟଙ୍କାକୁ ବ୍ୟାଗ୍‌ ଓ ପେଟିରେ ଭରି ପିକ୍‌ଅପ୍ ଭ୍ୟାନ୍‌ରେ ଲୋଡ୍ କରିଥିଲେ ଆୟକର ଟିମ୍ । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଏହାପରେ ସବୁ ଟଙ୍କାକୁ ଷ୍ଟେଟ୍‌ ବ୍ୟାଙ୍କକୁ ନିଆଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛନ୍ତି । ଏମିତି କି ବ୍ୟାଙ୍କ କର୍ମଚାରୀଙ୍କୁ ୨ଟି ସିଫ୍ଟରେ ନିୟୋଜିତ କରାଯାଇଛି । ତେବେ ଏହି ମଦଭାଟି ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏତେ ଟଙ୍କା କେଉଁଠୁ ଆସିଲା, କିଏ ରଖିଥିଲା, କାହାର ଏହି ଟଙ୍କା ସେନେଇ ତଦନ୍ତ ଜାରି ରହିଛି ।

Also Read-Flight Service: ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡି଼ବ ବିମାନ, ଏହି ଚାରିଦିନ ମିଳିବ ସେବା

ପ୍ରକାଶ ଥାଉ କି, ବଲାଙ୍ଗୀର ସୁଦପଡ଼ା ଦେଶୀ ମଦଭାଟି ଓ କ୍ଲବପଡ଼ା କାର୍ଯ୍ୟାଳୟରୁ ଜବତ ହୋଇଥିବା ଟଙ୍କା ସ୍ଥାନୀୟ ଏସବିଆଇ ମୁଖ୍ୟ ଶାଖାକୁ ଟ୍ରକରେ ଅଣାଯାଇ ଗଣାଯାଇଥିଲା । ଶୁକ୍ରବାର ତୃତୀୟ ଦିନରେ ଆୟକର ବିଭାଗ ଅଧିକାରୀ ବ୍ୟାଙ୍କ କର୍ମଚାରୀଙ୍କ ସହ ୧୦ଟି ଟଙ୍କା ଗଣା ମେସିନରେ ୩୮ କୋଟିରୁ ଅଧିକ ଟଙ୍କା ଗଣିଥିବା କୁହାଯାଉଛି । ଗୁରୁବାର ୨୦ କୋଟିର ନୋଟ ଗଣାଯାଇଥିବା ବେଳେ ଶୁକ୍ରବାର ଆହୁରି ୧୮ କୋଟି ଟଙ୍କା ଗଣତି କରାଯାଇଥିବା ଜଣାପଡ଼ିଛି । ଆୟକର ବିଭାଗ ପକ୍ଷରୁ ଅତର୍କିତ ଚଢଉ ପରେ ମଦ ବ୍ୟବସାୟୀଙ୍କ ଭାଟି, କାର୍ଯ୍ୟାଳୟ ଓ ଘରୁ ଶତାଧିକ କୋଟି ଟଙ୍କା ଜବତ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ତଥା ଦେଶବାପୀ ଚର୍ଚ୍ଚାର ବିଷୟ ପାଲଟିଛି ।