Odisha News: ମାତିଛନ୍ତି ଲୁଟେରା, ଗୁଳି ଫୁଟାଇ ଦମ୍ପତିଙ୍କ ଲୁଟ୍
Advertisement
Article Detail0/zeeodisha/odisha2337054

Odisha News: ମାତିଛନ୍ତି ଲୁଟେରା, ଗୁଳି ଫୁଟାଇ ଦମ୍ପତିଙ୍କ ଲୁଟ୍

Odisha News: ମାତିଛନ୍ତି ଲୁଟେରା। ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍। ଦିନ ଦ୍ବି ପହରେ ପୋଲିସ୍ କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ।   କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ବେଲବାହାଳି ବାଇପାସ ନିକଟରେ ଗୁଳି ଫୁଟାଇ ଦମ୍ପତିଙ୍କ ନିକଟରୁ ଲୁଟ ହୋଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। 

ALSO READ: Road Accident: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବରଯାତ୍ରୀ ବସ୍‌, ୩ ମୃତ, ଏକାଧିକ ଆହତ

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୋରେଇ ଥାନା ଜଳନ୍ଦା ଗାଁର ଦିଲ୍ଲୀପ ବାରିକ ନାମକ ଜଣେ ଯୁବକ ନିଜ ପତ୍ନୀ ଓ ନିଜ ଝିଅ କୁ ନେଇ ଭାଣିଜୀ ବାହାଘର ନିମନ୍ତେ କେନ୍ଦୁଝର ଜିଲ୍ଲା ମଲିପଶି ଗାଁ କୁ ଯାଇଥିଲେ। ବାହାଘର ସାରି ଆଜି ନିଜ ଘରକୁ ଫେରୁଥିବା ସମୟରେ ବେଲବାହାଳି ନିକଟରେ ଏକ ବାଇକ ରେ ୩ ଜଣ ଦୁବୃର୍ତ୍ତ ସେମାନଙ୍କୁ ପଛ କରିବା ସହିତ ଅଟକ ରଖି ଭୁଜାଲି ଦେଖାଇବା ସହିତ ବନ୍ଧୁକ ଖୋଲି ୩ ରାଉଣ୍ଡ ଫାଇରିଙ୍ଗ କରିଥିଲେ। ସେଠାରେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ମହିଳାଙ୍କ କାନଫୁଲ ନେଇ ଦୁବୃର୍ତ୍ତମାନେ ଫେରାର ହୋଇ ଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଆନନ୍ଦପୁର ଅଞ୍ଚଳରେ ଏଭଳି ଅନେକ ଘଟଣା ଘଟୁଥିବା ବେଳେ ତୁରନ୍ତ ଲୁଟେରାଙ୍କୁ ଧରିବାକୁ ଦାବି ହେଉଛି।