ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
Advertisement
Article Detail0/zeeodisha/odisha1881143

ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Susmita Minj: ସସ୍ମିତା ମିଞ୍ଜ ରାଉରକେଲା ଏଡ଼ିଏମ୍ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ଥିଲେ । ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି । ସେପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ସୌ(ସୋସିଆଲ ମିଡିଆ)

Susmita Minj: ଆସିଷ୍ଟାଣ୍ଟ କଲେକ୍ଟର (Assistant collector) ସସ୍ମିତା ମିଞ୍ଜଙ୍କ ସନ୍ଦେହଜକନ ମୃତ୍ୟୁ । ସସ୍ମିତା ରାଉରକେଲା ଏଡ଼ିଏମ୍ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ଥିଲେ । ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି । ସେପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ସେନସୋରୀ ପାର୍କ ପୋଖରୀରୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ଏକ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ବୁଧବାର ଦିନ ଏହି ମୃତଦେହ ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମଞ୍ଜିଙ୍କର (Susmita Minj) ବୋଲି ସ୍ପଷ୍ଟ ହୋଇଥିଲା । ସସ୍ମିତା ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳରେ ଅଟେ । ପ୍ରତିଦିନ ସେ ଘରୁ ରାଉରକେଲା କାର୍ଯ୍ୟାଳୟକୁ ଆସୁଥିଲେ। ଗତ ୧୭ ତାରିଖରୁ ସେ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ। ମଙ୍ଗଳବାର ସକାଳୁ ହୋଟେଲରୁ ବାହାରି ଆସିଥିଲେ। ପରେ ସନ୍ଧ୍ୟାରେ ତାଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର ହୋଇଥିଲା । ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରି କି, ଏଥିରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ହାତ ଥିବା ସେମାନେ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଖୋଲତାଡ଼ ଆରମ୍ଭ କରିଛି ।

ଏହା ବି ପଢନ୍ତୁ-Odisha Politics: ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ପ୍ରମିଳା, ଶୁକ୍ରବାର ନିର୍ବାଚନ

Also Read- Vande Bharat Express: ସରିବ ଅପେକ୍ଷା, ଏହି ଦିନ ପୁରୀ-ରାଉରକେଲା ମଧ୍ଯରେ ଗଡ଼ିବ ବନ୍ଦେ ଭାରତ

ପ୍ରକାଶ ଥାଉ କି, ସସ୍ମିତା ଗତ ଦେଢବର୍ଷ ହେବ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ । ତାଙ୍କ ଭାଇଙ୍କ କହିବା ଅନୁଯାୟୀ, ପ୍ରାୟ ମାସ ହେଲା ସସ୍ମିତା ମାନସିକ ଅବସାଦରେ ରହୁଥିଲେ । ଏନେଇ ଗତ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବିଡ଼ିଓ ତହସିଲଦାରଙ୍କୁ ନେଇ ଏକ ବୈଠକ ବସିଥିଲା । ଜଣେ ଉଚ୍ଚ ପଦସ୍ଥ ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି ।