Sambalpur News: ସମ୍ବଲପୁର ଜେଲରୁ ବିଚରାଧୀନ କଏଦୀ ଫେରାର, ଥାନାରେ ମାମଲା
Advertisement

Sambalpur News: ସମ୍ବଲପୁର ଜେଲରୁ ବିଚରାଧୀନ କଏଦୀ ଫେରାର, ଥାନାରେ ମାମଲା

Sambalpur News: ଗୁରୁବାର ସନ୍ଧ୍ୟାରେ ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର ଥିବା ଜେଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଧନୁପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଧନୁପାଲି ଥାନା ଅଧିକାରୀ ଜେଲକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସୌ(ସୋସିଆଲ ମିଡିଆ)

Sambalpur News: ସମ୍ବଲପୁର ଜେଲରୁ (Sambalpur Jail) ବିଚରାଧୀନ କଏଦୀ ଫେରାର । ଏନେଇ ଧନୁପାଲି ଥାନାରେ (Dhanupali Police Station) ମାମଲା ରୁଜୁ କରିଛନ୍ତି ସମ୍ବଲପୁର ଜେଲର ସୁପରିଟେଣ୍ଡେଣ୍ଟ ଅନିଲ କୁମାର ସାହୁ । ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର ଥିବା ଜେଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଧନୁପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଧନୁପାଲି ଥାନା ଅଧିକାରୀ ଜେଲକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଡିସେମ୍ବର ୬ ତାରିଖ ୨୦୨୨ ମସିହାରେ ସଦର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକାକୁ ଅପହରଣ ଘଟଣାରେ କୁଚିଣ୍ଡା ମହୁଲ ପାଲି ଗାଁର ସଂଜୀବ କିଷାନକୁ ଗିରଫ କରାଯାଇ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଘଟଣା କୋର୍ଟକୁ ଆସିବା ପରେ ସଂଜୀବକୁ ଦୋଷୀ ସାବ୍ୟସ୍ତ କରି ଗିରଫ କରାଯାଇଥିଲା । ସେବେ ଠାରୁ ସମ୍ବଲପୁର ଜେଲରେ ସଜା କାଟୁଥିଲା ଅଭିଯୁକ୍ତ । ପୋକ୍ସୋ ଆକ୍ଟରେ ସଜା କାଟୁଥିବା ସଂଜୀବ କିଷାନ ଗତ ଗୁରୁବାର ଦିନ ସନ୍ଧ୍ୟା ବେଳେ ଫେରାର ହୋଇଯାଇଥିଲେ । ଏହା ଜାଣିବା ପରେ ଧନୁପାଲି ଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।

Also Read-kotia Controversy: ବିଜୁ ପକ୍କା ଘରେ ଡାକ ଘର ଚଳାଉଥିଲା ଆନ୍ଧ୍ର, ଘର ସିଲ୍ କଲେ ତହସିଲଦାର

ଏନେଇ ଜେଲ ପ୍ରଶାସନ ଓ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି । ଜେଲ ପରିସରରେ ସିସିଟିଭି ଲାଗିଥିବା ସତ୍ତ୍ବେ କଏଦୀ କିପରି ଫେରାର ହେଲେ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିନାହିଁ । କିଭଳି ପରିସ୍ଥିତିରେ ଜେଲରୁ କଏଦୀ ଫେରାର ହେଲେ ସେ ବାବଦରେ ରାଜ୍ୟ ଜେଲ ବିଭାଗକୁ ମଧ୍ୟ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି।