Bhitarkanika: ୧ ଅଗଷ୍ଟରୁ ଭିତରକନିକାରେ ଚାଲିବ କ୍ରୁଜ୍, ରାତ୍ରିଯାପନ କରିବା ପାଇଁ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଏତିକି ଟଙ୍କା
Advertisement
Article Detail0/zeeodisha/odisha2343071

Bhitarkanika: ୧ ଅଗଷ୍ଟରୁ ଭିତରକନିକାରେ ଚାଲିବ କ୍ରୁଜ୍, ରାତ୍ରିଯାପନ କରିବା ପାଇଁ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଏତିକି ଟଙ୍କା

Bhitarkanika: ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଦିନରେ ପରିଭ୍ରମଣ ସହିତ ଭିତରକନିକା ନଦୀରେ ରାତ୍ରୀଯାପନର ନିଆରା ଅନୁଭୂତି ଦେବାକୁ  ଅଗଷ୍ଟ ୧ରୁ  ଆରମ୍ଭ ହେବାକୁ ଯାଉଛି କ୍ରୁଜ୍ ସେବା।  ବିଳାସପୂର୍ଣ୍ଣ ନୌଯାତ୍ରା ସହିତ ବୋଟରେ ରାତ୍ରୀଯାପନ ପାଇଁ  ୨ଟି ବିଳାସପୂର୍ଣ୍ଣ ବୋଟ୍ କ୍ରୁଜ୍ ରୂପ ନେଇ ଭିତରକନିକାରେ ପହଞ୍ଚି ସାରିଛି। 

Bhitarkanika: ୧ ଅଗଷ୍ଟରୁ ଭିତରକନିକାରେ ଚାଲିବ କ୍ରୁଜ୍, ରାତ୍ରିଯାପନ କରିବା ପାଇଁ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଏତିକି ଟଙ୍କା

Bhitarkanika: ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଦିନରେ ପରିଭ୍ରମଣ ସହିତ ଭିତରକନିକା ନଦୀରେ ରାତ୍ରୀଯାପନର ନିଆରା ଅନୁଭୂତି ଦେବାକୁ  ଅଗଷ୍ଟ ୧ରୁ  ଆରମ୍ଭ ହେବାକୁ ଯାଉଛି କ୍ରୁଜ୍ ସେବା।  ବିଳାସପୂର୍ଣ୍ଣ ନୌଯାତ୍ରା ସହିତ ବୋଟରେ ରାତ୍ରୀଯାପନ ପାଇଁ  ୨ଟି ବିଳାସପୂର୍ଣ୍ଣ ବୋଟ୍ କ୍ରୁଜ୍ ରୂପ ନେଇ ଭିତରକନିକାରେ ପହଞ୍ଚି ସାରିଛି। ଆଉ ୨ଟି ଖୁବଶିଘ୍ର ପହଞ୍ଚିବ ବୋଲି ଜଣାପଡିଛି। ଏକ ଘରୋଇ ସଂସ୍ଥା ଲିଜ୍ ରେ ନେଇ ଏହି କ୍ରୁଜ୍ ଚଳାଇବ।

ALSO READ: Gold Price Today: ରାଜ୍ୟରେ କମିଲା ସୁନା ଓ ରୂପା ଦର, ଭୁବନେଶ୍ବରରେ ୧୦ ଗ୍ରାମ ସୁନା ଦର ରହିଛି ଏତିକି

୨ଟି କାଟାମାରନ୍ ବୋଟ କ୍ରୁଜ୍ ର ରୂପ ନେଇ ଭିତରକନିକାର ଗୁପ୍ତି ଠାରେ ପହଞ୍ଚିସାରିଛି।  ଏହିକ୍ରୁଡଜ୍ ବା ହାଉସ୍  ବୋର୍ଟରେ ୩ ଜଣ ରାତ୍ରୀଯାପନ କରିପାରିବେ। ଖାଇବା , ରହିବା, ବୁଲିବା ସହିତ କ୍ରୁଜ୍ ଭିତରେ ରାତିରେ ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିହେବ। ଗୋଟଏ ରାତି ପାଇଁ ପର୍ଯ୍ୟଟକଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡି଼ବ। ଗୁପ୍ତ କିମ୍ବା ଡାଙ୍ଗମାଳ ଜେଠିରେ  ଏହି ବିଳାସପୂର୍ଣ୍ଣ ବୋଟ୍ ଲଙ୍ଗର ପକାଇ ରହିବ। ସେଠାରେ ହିଁ ପର୍ଯ୍ୟଟକ ରାତ୍ରିଯାପନ କରିବେ ବୋଲି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।