Curfew Relaxed: ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ଫେରିନି ଇଣ୍ଟରନେଟ ସେବା
Advertisement
Article Detail0/zeeodisha/odisha2304409

Curfew Relaxed: ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ଫେରିନି ଇଣ୍ଟରନେଟ ସେବା

କିନ୍ତୁ ଅଧିକାଂଶ ଲୋକେ ମୋବାଇଲରେ ଇଣ୍ଟରନେଟ ଚଳାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଣ୍ଡଗୋଳ ମାମଲାରେ ମୋଟ ୭୪୫ ଜଣଙ୍କୁ ଗିରଫ କରାଯାଇଛି ।

Curfew Relaxed: ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ଫେରିନି ଇଣ୍ଟରନେଟ ସେବା

Curfew Relaxed: ଭୁବନେଶ୍ୱର: ଦଙ୍ଗା ପାଇଁ ବାଲେଶ୍ୱରରେ ଲାଗିଥିବା କର୍ଫ୍ୟୁରେ କୋହଳ କରାଯାଇଛି। ଜିଲ୍ଲା ପ୍ରଶାସନ ଧିରେ ଧିରେ କୋହଳ କରୁଛି କର୍ଫ୍ୟୁ। ସ୍ୱାଭାବିକ ହେବାରେ ଲାଗିଛି ଜୀବନ। କର୍ଫ୍ୟୁ କୋହଳ ହୋଇଥିଲେ ସୁଦ୍ଧା ଇଣ୍ଟରନେଟ ସେବା ଏପର୍ଯ୍ୟନ୍ତ ସ୍ୱଭାବିକ ହୋଇପାରିନାହିଁ। ଫଳରେ ବାଲେଶ୍ୱରବାସୀ ସହର ଛାଡି ଇଣ୍ଟରନେଟ ଆସୁଥିବା ଅଞ୍ଚଳରେ ପ୍ରବଳ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି । ଆଜି ବାଲେଶ୍ୱରରେ ଦିନ ବେଳା କର୍ଫ୍ୟୁ କୋହଳ କରାଯାଇଛି । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ରାତି ୯ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।

ସେହିପରି ଟାଉନ ଥାନା ଅଞ୍ଚଳରେ କର୍ଫ୍ୟୁ ଆଇନକୁ କୋହଳ କରିଛି ଜିଲ୍ଲା ପ୍ରଶାସନ। ସକାଳ ୫ଟାରୁ ମଧ୍ୟାନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । ତେବେ ମୋବାଇଲ ଇଣ୍ଟରନେଟ୍ ସେବା ବ୍ୟତୀତ ଅନ୍ୟ ସବୁ ଜରୁରୀ ସେବା ଜାରି ରହିଛି । କିନ୍ତୁ ଅଧିକାଂଶ ଲୋକେ ମୋବାଇଲରେ ଇଣ୍ଟରନେଟ ଚଳାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଣ୍ଡଗୋଳ ମାମଲାରେ ମୋଟ ୭୪୫ ଜଣଙ୍କୁ ଗିରଫ କରାଯାଇଛି ।