ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ତାଳଚେର ଖଣି ଉପ ନିର୍ଦ୍ଦେଶକ
Advertisement
Article Detail0/zeeodisha/odisha2412500

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ତାଳଚେର ଖଣି ଉପ ନିର୍ଦ୍ଦେଶକ

Vigilance arrested: ଭୁବନେଶ୍ବର ପଟିଆ ଶିଶୁବିହାରରେ ରହିଛି ଏକ ଥ୍ରୀବିଏଚକେ ଫ୍ଲାଟ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୦ଲକ୍ଷ ଟଙ୍କା। 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ତାଳଚେର ଖଣି ଉପ ନିର୍ଦ୍ଦେଶକ

ତାଳଚେର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଭୁବନେଶ୍ବର, ଅନୁଗୁଳ ଓ ତାଳଚେରେ ହୋଇଛି ରେଡ୍। ଅଳ୍ପ ଦିନର ଚାକିରିରେ ଅର୍ଜି ଥିବା ସଂପତ୍ତି ତଦନ୍ତକାରୀ ସଂସ୍ଥାକୁ ଚକିତ କରିଛି। 

ଭୁବନେଶ୍ବରର ପ୍ରାଇମ ଲୋକେସନରେ ୨ଟି ପ୍ଲଟ ରହିିଥିବା ବେଳେ ତେଲକୋଇରେ ରହିଛି ୭ଟି ପ୍ଲଟ। ସମସ୍ତ ଫ୍ଲାଟ, କୋଠା ଓ ପ୍ଲଟର ଆକଳନ ଚାଲଛି। ଧରଣୀଧରଙ୍କ ପଟିଆ ଓ ତାଳଚେର ଘରୁ ମୋଟ ୯ଲକ୍ଷ ୮୩ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଭୁବନେଶ୍ବର ପଟିଆ ଶିଶୁବିହାରରେ ରହିଛି ଏକ ଥ୍ରୀବିଏଚକେ ଫ୍ଲାଟ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୦ଲକ୍ଷ ଟଙ୍କା। ସୁନ୍ଦରପଦାରେ ୧୮ଶହ ବର୍ଗଫୁଟର ଡୁପ୍ଲେକ୍ସ ରହିଛି। କେନ୍ଦୁଝର ଜିଲ୍ଲା ତେଲକୋଇର ଜଗମୋହନପୁର ଏକ ଦ୍ବିମହଲା ମାର୍କେଟ ବିଲ୍ ଡିଂ ରହିଛି। ସେଥିରେ ରହିଛି ୧୫ ଦୋକାନ ଘର। ପୈତୃକ ଘର ତେଲକୋଇରେ ରହିଛି ଏକ କୋଠା।