Advertisement
Article Detail0/zeeodisha/odisha2309712
Zee OdishaOdisha StateGajapati News: ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳିତ

Gajapati News: ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳିତ

ଗଜପତି ଟ୍ଯାଲେନ୍ଟ ଡାନ୍ସ ଗୃପ ର କଳାକାରଙ୍କ ଦ୍ଵାରା ଏକ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ସହ ସମ୍ମାନିତ କରାଯାଇଥିଲା। 

Gajapati News: ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳିତ

Gajapati News: ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ଅନୁଷ୍ଠାନ(RSETI) ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବାହ୍ନ  ୮ଟା ସମୟରେ ସହରରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ, ସମନ୍ଵିତ ପୁନର୍ବାସ କେନ୍ଦ୍ର, ପାରଳାଖେମୁଣ୍ଡିର ଅନ୍ତେବାସୀ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଗହଣରେଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା। 

ଉକ୍ତ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳକ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ(RSETI)ରେ ଶେଷ ହୋଇଥିଲା। 

ପରେ କାର୍ମଶାଳା ୯.୩୦ ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ଵାତି ଏସ କୁମାର, ଆରକ୍ଷୀ ଅଧିକ୍ଷକ, ଗଜପତି, ଏସ. ଆନନ୍ଦ, ଜିଲ୍ଲା ବନଖଣ୍ଡ ଅଧିକାରୀ, ପାରଳାଖେମୁଣ୍ଡି, ବିରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ, ଗଜପତି ଏବଂ ଡଃ.ଏମ. ଏମ.ଅଲ୍ଲୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଗଜପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 

Add Zee News as a Preferred Source

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ଦୁଇ ଜଣ ବ୍ୟକ୍ତି ବନମାଳୀ ବରାଡ ଓ ହିମାଂଶୁ ଶେଖର ସାମଲଙ୍କୁ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସା ହୋଇ ନିଶା କବଳରୁ ମୁକ୍ତ ହେବ। ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମ୍ମାନିତ ଜୀବନ ଯାପନ କରୁଥିବାରୁ ସଭାରେ ପ୍ରଶଂସା ପତ୍ର ସହ ସମ୍ମାନିତ କରାଯାଇଥିଲା। ପରେ ପରେ ଗଜପତି ଟ୍ଯାଲେନ୍ଟ ଡାନ୍ସ ଗୃପ ର କଳାକାରଙ୍କ ଦ୍ଵାରା ଏକ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ସହ ସମ୍ମାନିତ କରାଯାଇଥିଲା। 

About the Author