ଫିକା ପଡିବ ଦୁର୍ଗାପୂଜା ଭସାଣି ! ବାଜିବନି DJ, ଜାଣନ୍ତୁ କ'ଣ କହିଲେ ସିପି
Advertisement
Article Detail0/zeeodisha/odisha2409981

ଫିକା ପଡିବ ଦୁର୍ଗାପୂଜା ଭସାଣି ! ବାଜିବନି DJ, ଜାଣନ୍ତୁ କ'ଣ କହିଲେ ସିପି

ପୋଲିସ କମିଶନରଙ୍କ କହିବାନୁଯାୟୀ ଅକ୍ଟୋବର ୧୪ ତାରିଖ ଦିନ ମେଲାଣୀ ନେବେ ମାଆ ଦୁର୍ଘା । ଏହି ଭସାଣି ଯାତ୍ରାରେ କେବଳ ୬ଟି ବକ୍ସ ବଜାଇବାକୁ ଅନୁମତି ଦିଆଯାଇଛି । ଯଦି କେହି ନିୟମ ବିରୋଧରେ ଯାଇ ଡିଜେ ବଜାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫିକା ପଡିବ ଦୁର୍ଗାପୂଜା ଭସାଣି ! ବାଜିବନି DJ, ଜାଣନ୍ତୁ କ'ଣ କହିଲେ ସିପି

କଟକ: ଏଥର ବିନା ଡିଜେରେ ହେବ ମାଆ ଦୁର୍ଗାଙ୍କ ଭସାଣି ଯାତ୍ରା । ପୋଲିସ କମିଶନର ସଞ୍ଜୀବ ପଣ୍ଡା କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସହ ବୈଠକ କରିବା ପରେ ଏନେଇ ସୂଚନା ଦେଇଛନ୍ତି । ପୋଲିସ କମିଶନରଙ୍କ କହିବାନୁଯାୟୀ ଅକ୍ଟୋବର ୧୪ ତାରିଖ ଦିନ ମେଲାଣୀ ନେବେ ମାଆ ଦୁର୍ଘା । ଏହି ଭସାଣି ଯାତ୍ରାରେ କେବଳ ୬ଟି ବକ୍ସ ବଜାଇବାକୁ ଅନୁମତି ଦିଆଯାଇଛି । ଯଦି କେହି ନିୟମ ବିରୋଧରେ ଯାଇ ଡିଜେ ବଜାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ଦୁର୍ଗାପୂଜା ସମୟରେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ପୂଜା କମିଟି ଗୁଡିକୁ ଅନୁମତି ପ୍ରଦାନ କରାଯିବ । ଏହି ସମୟରୁ ବିଳମ୍ୱ କରାଗଲେ ପୂଜା କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ, ଦୁର୍ଗା ପୂଜା କରିବା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରାଗଲେ ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆଯିବ ବୋଲି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏଥର ଭସାଣି ଶୋଭାଯାତ୍ରା ଆୟୋଜନ ପୂର୍ବରୁ ନିକଟସ୍ଥ ଥାନାରୁ ଅନୁମତି ନେବା ଜରୁରୀ କରାଯାଇଛି । ପୂଜା ଗହଳୀ ମଧ୍ୟରେ ଅପରାଧିକ କାର୍ଯ୍ୟକଳାପ ପାଇଁ ସିସିଟିଭି ଫୁଟେଜ୍ ଉପରେ ନଜର ରଖିବ ପୋଲିସ ।

Also Read- Top 10 News Today: ଦୁର୍ଗାପୂଜା ଭସାଣିରେ ଡିଜେ ବ୍ୟାନ୍, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Also Read- Weekly Family Horoscope: ନୂଆ ସପ୍ତାହରେ ୫ ରାଶିକୁ ମିଳିବ ପାରିବାରିକ ସୁଖ