ବିଜୁଳିକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି
Advertisement
Article Detail0/zeeodisha/odisha2424947

ବିଜୁଳିକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି

Assembly: କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।

ବିଜୁଳିକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ ଭି ସିଂଦେଓ। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।

ଅନ୍ୟପଟେ ବିଧାନସଭାରେ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ଏବଂ ଆପାର୍ଟମେଣ୍ଟ ଗୁଡିକରେ ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବା ଉଠିବା ପ୍ରସଙ୍ଗ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା। ସେ କହିଛନ୍ତି ମୁକୁଳା ଡ୍ରେନକୁ ନେଇ ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି। ଆମ ସରକାର ଆସିବା ପରେ ଏହାକୁ ଗୁରୁତର ସହ ନେଇଛି। ପୂର୍ବରୁ ଡ୍ରେନ ଉପରେ ସ୍ଲାବ ପକେଇବାକୁ ସମୟ ହେଇନଥିଲା । ଏବେ ନୂତନ ସରକାର ଆସିବା ପରେ ଏହି ପ୍ରକ୍ରିୟା ତ୍ୱରାନିତ୍ଵ କରିଛି। ବଜେଟରେ ମଧ୍ୟ ୨୦୦ କୋଟି ଟଙ୍କାର ବଜେଟ୍ ଆଲୋକେଟ୍ ହୋଇଛି। ସବୁ ମୁକୁଳା ଡ୍ରେନ କଭର ହେବ ତାକୁ ନେଇ ନିର୍ଦ୍ଦେଶ ହୋଇଛି। ଏନ୍‌ଜିଟି ଗାଇଡ ଲାଇନ୍ ଅନୁସାରେ ସବୁ ମୁଖ୍ୟ ଡ୍ରେନକୁ କଭର କରି ହେବନି ତେଣୁ ଏହାର ଚାରିପଟେ ବ୍ୟାରିକେଟିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି।