ରାଜ୍ୟରେ ନିର୍ମାଣ ହେବ ୨ଶହ ଗୋଶାଳା, ମନ୍ତ୍ରୀ ଦେଲେ ଏଭଳି ସୂଚନା...
Advertisement
Article Detail0/zeeodisha/odisha2424964

ରାଜ୍ୟରେ ନିର୍ମାଣ ହେବ ୨ଶହ ଗୋଶାଳା, ମନ୍ତ୍ରୀ ଦେଲେ ଏଭଳି ସୂଚନା...

Odisha assembly: ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି।

ରାଜ୍ୟରେ ନିର୍ମାଣ ହେବ ୨ଶହ ଗୋଶାଳା, ମନ୍ତ୍ରୀ ଦେଲେ ଏଭଳି ସୂଚନା...

ଭୁବନେଶ୍ଵର: ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି। ଏହାସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅପିଲ୍‌‌ କରିଛନ୍ତି ମନ୍ତ୍ରୀ। ଗୋଖାଦ୍ୟ ପାଇଁ ଦୈନିକ ମିଳିବ ୫୪ଟଙ୍କା। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ଏଥିପାଇଁ ୯୦ପ୍ରତିଶତ ଋଣ ଛାଡ ବ୍ୟବସ୍ଥା ମଧ୍ୟ ରହିଛି।

ମନ୍ତ୍ରୀ କହିଛନ୍ତି ଯେ, ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି। ଗୋଖାଦ୍ୟ ପାଇଁ ଦୈନିକ ୫୪ଟଙ୍କା ମିଳିବ। ଏଥିସହ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ମନ୍ତ୍ରୀ ଅପିଲ କରିଛନ୍ତି।

ଅନ୍ୟପଟେ ଆସନ୍ତା ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ ଭି ସିଂଦେଓ। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।