Advertisement
Article Detail0/zeeodisha/odisha2167139
Zee OdishaOdisha StateOdisha News: ବିଦ୍ଯୁତ ବିଭାଗର ଚରମ ଅବହେଳା, ଡିବିରି ଆଲୁଅରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

Odisha News: ବିଦ୍ଯୁତ ବିଭାଗର ଚରମ ଅବହେଳା, ଡିବିରି ଆଲୁଅରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

Odisha News: ବିଦ୍ଯୁତ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଅଘୋଷିତ ବିଦ୍ଯୁତ କାଟ ଯୋଗୁଁ ଡିବିରି ଓ କ୍ଯାଣ୍ଡେଲ ଲାଇଟରେ ପରୀକ୍ଷା ଦେଲେ ପରିକ୍ଷାର୍ଥି। ଏଭଳି ଚରମ ଅବହେଳା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ। ପୁରୀରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେବା ଘଟଣା ଜିଲ୍ଲାରେ ଅସନ୍ତୋଷ ସୃଷ୍ଟି କରିଛି।

Odisha News: ବିଦ୍ଯୁତ ବିଭାଗର ଚରମ ଅବହେଳା, ଡିବିରି ଆଲୁଅରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

Odisha News: ବିଦ୍ଯୁତ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଅଘୋଷିତ ବିଦ୍ଯୁତ କାଟ ଯୋଗୁଁ ଡିବିରି ଓ କ୍ଯାଣ୍ଡେଲ ଲାଇଟରେ ପରୀକ୍ଷା ଦେଲେ ପରିକ୍ଷାର୍ଥି। ଏଭଳି ଚରମ ଅବହେଳା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ। ପୁରୀରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେବା ଘଟଣା ଜିଲ୍ଲାରେ ଅସନ୍ତୋଷ ସୃଷ୍ଟି କରିଛି। ତେବେ ଅଘୋଷିତ ବିଦ୍ଯୁତ କାଟ ଯୋଗୁଁ ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ଯୋଗୁଁ ସଦର ବ୍ଲକ୍ ସହ ବିଭିନ୍ନ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ।

ପୁରୀ ସଦର ଅଞ୍ଚଳରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମଙ୍ଗଳବାର ରାତ୍ରି ରୁ ବିଦ୍ୟୁତ୍ କାଟ ହେବା ସହ ସକାଳ ପର୍ଯ୍ୟନ୍ତ ବି ବିଦ୍ୟୁତ୍ ସଂଯୋଗ ଦିଆଯାଇନଥିଲା ।ପୁରୀ ସଦରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା ।କୋହଲା ପାଗ ଯୋଗୁଁ ଶ୍ରେଣୀ ଗୃହ ରେ ଅନ୍ଧାର ଛାଇ ରହିଥିଲା ।ଯାହାଫଳରେ ଡିବି ଓ ମହମବତୀ ଆଲୁଅର ସାହାରା ନେଇଥିଲେ ପରୀକ୍ଷାର୍ଥୀ ।ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସକାଳ ୭ ଟା ରୁ ୯ ଟା ପ୍ରଥମ ସିଟିଂରେ ଇଂରାଜୀ ଓ ୯ ଟା ଠାରୁ ପୂର୍ବାହ୍ନ ସାଢେ଼ ୧୧ ଟା ପର୍ଯ୍ୟନ୍ତ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପିଲା ସଂସ୍କୃତ ପରୀକ୍ଷା ଦେଇଥିଲେ।
fallback

ତେବେ ଜିଲ୍ଲାରେ ପରୀକ୍ଷା ଚାଲିଥିବା ସମୟରେ କାହିଁକି ଓ କିପରି ଅଘୋଷିତ ବିଦ୍ଯୁତ କାଟ କରାଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଯେହେତୁ ପରୀକ୍ଷା ଚାଲିଛି ଏଣୁ ବିଦ୍ଯୁତ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୂର୍ବରୁ ପ୍ରସ୍ତୁତି ବୈଠକ କରାଯିବା କଥା। ମାତ୍ର ଏଭଳି ଦାୟିତ୍ବ ହିନ ଘଟଣା ଅବିଭାବକ ମହଲରେ ତିବ୍ର ଅସନ୍ତୋଷ ସୃଷ୍ଟି କରିଛି।

Add Zee News as a Preferred Source
About the Author