Odisha News: ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
Advertisement
Article Detail0/zeeodisha/odisha2352467

Odisha News: ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ

Odisha News: ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ । ରେଳଧାରଣା ସହ ରେଳ ଲାଇନ ଉପରେ ଛିଡା ହୋଇଥିବା ମାଲଗାଡି ଉପରେ ଚଢି ବିପଦ ସଂକୁଳ ଅବସ୍ଥାରେ ପାର ହେଉଛନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । 

 Odisha News: ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ

Odisha News: ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ । ରେଳଧାରଣା ସହ ରେଳ ଲାଇନ ଉପରେ ଛିଡା ହୋଇଥିବା ମାଲଗାଡି ଉପରେ ଚଢି ବିପଦ ସଂକୁଳ ଅବସ୍ଥାରେ ପାର ହେଉଛନ୍ତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଏ ନିତି ଦିନିଆଁ ଦୃଶ୍ୟ ହେଉଛି ସମ୍ବଲପୁର ଫାଟକ ରେଳ ଷ୍ଟେସନର । ଯଦି ଜଣେ ଝିଅ ରେଳ ଉପରେ ଚଢ଼ିଥିବ ଓ ମାଲ ଗାଡି ଛାଡ଼ିଦେବ ତା ହେଲେ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି । ଘଣ୍ଟାଘଣ୍ଟା ଧରି ରେଳ ଧାରଣାରେ ମାଲଗାଡି ଛିଡା ରହୁଥିବା ଓ ପରୀକ୍ଷାରେ କିମ୍ବା କ୍ଲାସରେ ବିଳମ୍ବ ହେଉଥିବା କାରଣରୁ ବାଧ୍ୟ ହୋଇ ଏଭଳି ବିପଦପୁର୍ଣ ରାସ୍ତାରେ ଯାଉଥିବା କହିଛନ୍ତି ।

ତା ସହ ପୂର୍ବରୁ ଏଠାରେ ଫୁଟ ଓଭର ବ୍ରିଜ ଥିଲା ତାକୁ ଉନ୍ନତିକରଣ ନାଁ ରେ ଭାଙ୍ଗି ଦେଇଛନ୍ତି ରେଳ ବିଭାଗ । ସେହିଭଳି କାର୍ଯ୍ୟ ଚାଲୁ ରହିବା ପର୍ଯ୍ୟନ୍ତ ଏକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରନ୍ତୁ  । ସେପଟେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରେଜିଷ୍ଟାର କହିଛନ୍ତି ଯେ ଛାତ୍ରଛାତ୍ରୀ ଙ୍କୁ ରେଳଧାରଣା ଦେଇ ଆସିବାକୁ ବାରଣ କରାଯାଇଛି । କାରଣ ଅନେକ ସମୟରେ ଛାତ୍ରଛାତ୍ରୀ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି । ସେଥିପାଇଁ ଯଦି କିଛି ସମୟ ପୂର୍ବରୁ ସେମାନେ କ୍ଲାସ କିମ୍ବା ପରୀକ୍ଷା ପାଇଁ ଓଭର ବ୍ରିଜର ଉପର ଦେଇ ଆସିଲେ ଆଉ ଏଭଳି ଦୁର୍ଘଟଣା ଘଟିବ ନାହିଁ ।