ଲୁଚି ଲୁଚି ବାହା ହେଉଥିଲା ପ୍ରେମିକ, ଘର ଦୁଆରେ ପହଞ୍ଚିଲା ପ୍ରେମିକା, ଆଉ ତାପରେ...
Advertisement

ଲୁଚି ଲୁଚି ବାହା ହେଉଥିଲା ପ୍ରେମିକ, ଘର ଦୁଆରେ ପହଞ୍ଚିଲା ପ୍ରେମିକା, ଆଉ ତାପରେ...

Love Case: ଅଧାରେ ରହିଲା ପ୍ରେମିକର ବାହାଘର । ଠିକ୍ ସମୟରେ ପହଞ୍ଚିଗଲା ପ୍ରେମିକା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡରେ । ପ୍ରେମିକ ବିବାହ କରୁଥିବା ଖବର ଶୁଣି ପ୍ରେମିକର ଘର ସାମ୍ନାରେ ଧାରଣା ଦେଇଛି ପ୍ରେମିକା । ଯାହାଫଳରେ ବର୍ତ୍ତମାନ ଅଧାରେ ଅଟକିଛି ବାହାଘର ।

ଲୁଚି ଲୁଚି ବାହା ହେଉଥିଲା ପ୍ରେମିକ, ଘର ଦୁଆରେ ପହଞ୍ଚିଲା ପ୍ରେମିକା, ଆଉ ତାପରେ...

ନୟାଗଡ: ଅଧାରେ ରହିଲା ପ୍ରେମିକର ବାହାଘର । ଠିକ୍ ସମୟରେ ପହଞ୍ଚିଗଲା ପ୍ରେମିକା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡରେ । ପ୍ରେମିକ ବିବାହ କରୁଥିବା ଖବର ଶୁଣି ପ୍ରେମିକର ଘର ସାମ୍ନାରେ ଧାରଣା ଦେଇଛି ପ୍ରେମିକା । ଯାହାଫଳରେ ବର୍ତ୍ତମାନ ଅଧାରେ ଅଟକିଛି ବାହାଘର ।

ସୂଚନା ମୁତାବକ, ନୟାଗଡ ଗୁଳଗଡି ଅଞ୍ଚଳର ଦିବାକର ରଥ ଏବଂ କଟକ ନରସିଂହପୁର ଅଞ୍ଚଳର ଜଣେ ଯୁବତୀ ରାଜଧାନୀରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଚାକିରି ସମୟରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ବନ୍ଧୁତାରୁ ପ୍ରେମ ହୋଇଥିଲା । ୫ ବର୍ଷ ହେବ ଉଭୟେ ସମ୍ପର୍କରେ ରହିଆସୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ରାଜଧାନୀର ବିଭିନ୍ନ ସ୍ଥାନରେ ଅଧିକାଂଶ ସମୟ ବିତାଉଥିଲେ ଏହି ପ୍ରେମୀ ଯୁଗଳ ।  କିନ୍ତୁ ହଠାତ ଦିବାକରଙ୍କ ବିବାହ କରିବା ପାଇଁ ଘର ଲୋକମାନେ ସ୍ଥିର କରିଥିଲେ । ଦିବାକର ଘରକୁ ଯାଇଥିବା ସମୟରେ ପରିବାର ସଦସ୍ୟଙ୍କ କଥାରେ ଝିଅ ଦେଖିବାକୁ ମଧ୍ୟ ଯାଇଥିଲେ । କିନ୍ତୁ ପରିବାର ଆଗରେ ନିଜ ପ୍ରେମ ସମ୍ପର୍କ ବିଷୟରେ କହିପାରିନଥିଲେ ଦିବାକର । ପୂର୍ବରୁ ପ୍ରେମିକା ଥିଲେ ମଧ୍ୟ ଘର ଲୋକଙ୍କ କଥାରେ ବିବାହ କରିବାକୁ ରାଜି ହୋଇଯାଇଥିଲେ ସେ । କିନ୍ତୁ ତାହା ବର୍ତ୍ତମାନ ନାଟକୀୟ ମୋଡ ନେଇଛି ।

କିଛିଦିନ ତଳେ ପ୍ରେମିକାଙ୍କୁ ନିଜ ବିବାହ କରିବା କଥା ଜଣାଇବା ପରେ ପ୍ରେମିକା ତାହାକୁ ବିଶ୍ୱାସ କରିପାରିନଥିଲେ । ପ୍ରେମିକା ଭାବିନେଇଥିଲେ ବୋଧହୁଏ ଦିବାକର ମଜାକରେ ଏପରି କହୁଛନ୍ତି । କିନ୍ତୁ ସତକୁ ସତ ଦିବାକର ଘରକୁ ଫେରି ପରିବାର ସଦସ୍ୟଙ୍କ କଥାରେ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲେ । ନିର୍ବନ୍ଧ ପରେ ବିବାହ ପାଇଁ କାର୍ଡ ଛପା ସରିଥିଲା । ବନ୍ଧୁ ବାନ୍ଧୁ ତଥା ପ୍ରିୟଜନଙ୍କୁ ଗୁଆ ସହିତ କାର୍ଡ ମଧ୍ୟ ବଣ୍ଟା ସରିଥିଲା ବାହାଘର ପାଇଁ କିନ୍ତୁ ବିବାହର ପୂର୍ବଦିନ ହଠାତ ପ୍ରେମିକା ଜଣକ ଦିବାକରଙ୍କ ଘର ସାମ୍ନାରେ ପହଞ୍ଚିଥିଲେ । ପରିବାର ସଦସ୍ୟଙ୍କ ସାମ୍ନାରେ ପୂର୍ବରୁ ଘଟିଥିବା ସମସ୍ତ ଘଟଣାମାନ ପ୍ରକାଶ କରିଥିଲେ । ଦିବାକର ଏପରି କରିଥିବା ଜାଣି ପରିବାର ଲୋକଙ୍କ ମୁଣ୍ଡରେ ସତେ ଯେମିତି ଚଡକ ପଡିବା ପରି ଅନୁଭବ ହୋଇଥିଲା । କାରଣ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ତଥା ସାଜସଜ୍ଜା ସରିଥିବା ସମୟରେ ହଠାତ ଏ ଯୁବତୀଙ୍କ ଅଭିଯୋଗ ସବୁ ଖୁସି ଉପରେ ରୋକ ଲଗାଇଦେଇଥିଲା । ଦିବାକରଙ୍କ ପରିବାର ଲୋକେ ଯୁବତୀଙ୍କୁଯେତେ ବୁଝାସୁଝା କରିଥିଲେ ମଧ୍ୟ ସେ ନିଜ ଜିଦରେ ଅଟଳ ଥିଲେ । ବିବାହ ପାଇଁ ଘର ଲୋକ ରାଜି ନହେବା କାରଣରୁ ପରିବାର ଲୋକେ ଏନେଇ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏଫଆଇଆର ଦେଇଥିଲେ । ମାମଲା ନୟାଗଡ ଥାନାରେ ମଧ୍ୟ ପହଞ୍ଚିଥିଲା । ଘଟଣା ପରେ ଦିବାକର ଘରୁ କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡିଛି । ଆଜି ଦିବାକରଙ୍କ ବାହାଘର ତାରିଖ ଥିବାବେଳେ ଥାନାରେ ଅଭିଯୋଗ କାରଣରୁ ବିବାହ ବନ୍ଦ ହୋଇଥିବା ଖବର ମିଳିଛି ।

Also Read- IND vs ENG: ବିରାଟ ବିନା ଖେଳ ଅଧା ! କୋହଲିଙ୍କୁ ମନେ ପକାଉଛନ୍ତି ପ୍ରଶଂସକ

Also Read- Budh Gochar 2024: ଫେବୃଆରୀ ୧ରେ ବୁଧ ଗୋଚର, ଏହି ରାଶିରେ ବଡ଼ ପ୍ରଭାବ