Gold Rate Today: ଧନତେରସ ପୂର୍ବରୁ ଖୁସି ଖବର, କମିଲା ସୁନା ଦର..
Advertisement
Article Detail0/zeeodisha/odisha1948561

Gold Rate Today: ଧନତେରସ ପୂର୍ବରୁ ଖୁସି ଖବର, କମିଲା ସୁନା ଦର..

Gold Rate Today: ଲଗାତାର ବଢ଼ିବା ପରେ ଆଜି ଖସିଲା ସୁନା ଦର।ଆଗରୁ ଧନତେରସ ଓ ଦିପାବଳୀ ଥିବା ବେଳେ ସୁନା ଦରରେ ହ୍ରାସରେ ଗ୍ରାହକଙ୍କୁ ଆଶ୍ୱସ୍ତ କରିଛନ୍ତି। ସେପଟେ ଆଗକୁ ଆସୁଛି ବିବାହ ଋତୁ, ଯଦି ଆପଣ ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଦେଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦାମ।

Gold Rate Today: ଧନତେରସ ପୂର୍ବରୁ ଖୁସି ଖବର, କମିଲା ସୁନା ଦର..

Gold Rate Today: ଲଗାତାର ବଢ଼ିବା ପରେ ଆଜି ଖସିଲା ସୁନା ଦର। ଆଗକୁ ଧନତେରସ ଓ ଦିପାବଳୀ ଥିବା ବେଳେ ସୁନା ଦରରେ ହ୍ରାସରେ ଗ୍ରାହକଙ୍କୁ ଆଶ୍ୱସ୍ତ କରି। ସେପଟେ ଆଗକୁ ଆସୁଛି ବିବାହ ଋତୁ, ଯଦି ଆପଣ ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଦେଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦାମ। ତେବେ ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬ ହଜାର ୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧ ,୩୬୦ ଟଙ୍କା।

ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଭରି ପିଛା ଆଜି ୨୨ କ୍ୟାରେଟ ସୁନା ମୂଲ୍ୟ  ୫୬ ହଜାର ୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୁଲ୍ୟ ରହିଛି ୬୧ ,୩୬୦ ଟଙ୍କା ସେହିପରି ୧୮ କ୍ୟାରେଟ ସୁନାର ଦାମ ରହିଛି ୪୬,୦୨୦ ଟଙ୍କା। ସେହିପରି ମାୟାନଗରୀ ମୁମ୍ବାଇରେ(Mumbai) ୨୨ କ୍ୟାରେଟର ସୁନା ମୂଲ୍ୟ ୫୬ ହଜାର ୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୁଲ୍ୟ ରହିଛି ୬୧ ,୩୬୦ ଟଙ୍କା ସେହିପରି ୧୮ କ୍ୟାରେଟ ସୁନାର ଦାମ ରହିଛି ୪୬,୦୨୦ ଟଙ୍କା।

ସେପଟେ ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୫୬,୭୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧,୮୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୪୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୬,୪୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧,୫୧୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୧୫୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୬ ହଜାର ୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୁଲ୍ୟ ରହିଛି ୬୧ ,୩୬୦ ଟଙ୍କା ସେହିପରି ୧୮ କ୍ୟାରେଟ ସୁନାର ଦାମ ରହିଛି ୪୬,୦୨୦ ଟଙ୍କା।

Also Read: Gold Rate Today: ସୁନା ଦରରେ ବୃହତ ହ୍ରାସ, ୫୦ ହଜାର ତଳେ ଭରି ପିଛା ସୁନା ଦର..