Advertisement
Article Detail0/zeeodisha/odisha2288242
Zee OdishaOdisha StateCM Oath Take: ଅପରାହ୍ଣ ୧ଟା ପରେ ଛୁଟି, ମୁଖ୍ୟମନ୍ତ୍ରୀ ନେବେ ଶପଥ

CM Oath Take: ଅପରାହ୍ଣ ୧ଟା ପରେ ଛୁଟି, ମୁଖ୍ୟମନ୍ତ୍ରୀ ନେବେ ଶପଥ

ଆଜି ଦଳର ସଂସଦୀୟ କମିଟିର ନିଷ୍ପତ୍ତିକୁ ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେପି ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହି ଦୁଇ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ରାଜନାଥ ସିଂହ ଏବଂ ଭୂପିନ୍ଦର ସିଂହ। ସେମାନେ ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ହେବା ତାହା ପ୍ରକାଶ କରିବା ସହ ମନ୍ତ୍ରିମଣ୍ଡଳ ନେଇ ଆଲୋଚନା କରିବା ସୂଚନା ରହିଛି। ଆଜି ପୂର୍ବାହ୍ଣରେ ଏଥିନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି।

CM Oath Take: ଅପରାହ୍ଣ ୧ଟା ପରେ ଛୁଟି, ମୁଖ୍ୟମନ୍ତ୍ରୀ ନେବେ ଶପଥ

CM Oath Take: ଭୁବନେଶ୍ୱର: ଆସନ୍ତା କାଲି ରାଜଧାନୀର ସମସ୍ତ ସରକାରୀ ଅଫିସ ଓ କୋର୍ଟ ଅଧାରୁ ଛୁଟି ହେବ। ନୂଆ ସରକାର ଗଠନ ତଥା  ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣକୁ ଆଖି ଆଗରେ ରଖି ରାଜସ୍ୱ ଓ ପରିଚାଳନା ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଅପରାହ୍ଣ ୧ଟା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ଏକ୍ଜିକ୍ୟୁଟିଭ୍‍ ମାଜିଷ୍ଟ୍ରାଲ୍‍ କୋର୍ଟ ବନ୍ଦ ରହିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। 

ପ୍ରଥମଥର ପାଇଁ ରାଜ୍ୟରେ ଭାରତୀୟ ଜନତା ପାର୍ଟି ବହୁମତ ପ୍ରାପ୍ତ କରି ସରକାର ଗଠନ କରିବାକୁ ଯାଉଛି। ଯଦିଓ ଏଯାଏ ଦଳ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ପ୍ରଘଟ କରି ନାହିଁ କିନ୍ତୁ ଏହି ସମାବେଶ ବୁଧବାର ଅପରାହ୍ଣ ୪ଟା ୪୫ ମିନିଟ ସମୟରେ ହେବ ବୋଲି ପୁଲିସ ସୂଚନା ଦେଇଛି। ଜନତା ମୈଦାନଠାରେ ଏଥିପାଇଁ ଏକ ଭବ୍ୟ ସମାବେଶ ଆୟୋଜନ କରାଯାଇଛି। ରାଜ୍ୟପାଳ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେ ଅପରାହ୍ଣ ୨ଟା ୧୦ ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ରାଜଭବନ ଯିବେ। ସେଠାରୁ ସଭାସ୍ଥଳରେ ପହଞ୍ଚିବେ। ପୂର୍ବରୁ ସେ ରୋଡ୍‍ ଶୋ’ରେ ସଭାସ୍ଥଳରେ ଯାଇ ପହଞ୍ଚିବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଥିଲା। 

Add Zee News as a Preferred Source

ଆଜି ଦଳର ସଂସଦୀୟ କମିଟିର ନିଷ୍ପତ୍ତିକୁ ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ବିଜେପି ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହି ଦୁଇ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ରାଜନାଥ ସିଂହ ଏବଂ ଭୂପିନ୍ଦର ସିଂହ। ସେମାନେ ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ହେବା ତାହା ପ୍ରକାଶ କରିବା ସହ ମନ୍ତ୍ରିମଣ୍ଡଳ ନେଇ ଆଲୋଚନା କରିବା ସୂଚନା ରହିଛି। ଆଜି ପୂର୍ବାହ୍ଣରେ ଏଥିନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି।

About the Author