ଦୁଇ ମାସ ତଳେ ବିବାହ କରିଥିଲେ ମହିଳା, ଘରୁ ମିଳିଲା ମିଳିଲା...
Advertisement
Article Detail0/zeeodisha/odisha2424656

ଦୁଇ ମାସ ତଳେ ବିବାହ କରିଥିଲେ ମହିଳା, ଘରୁ ମିଳିଲା ମିଳିଲା...

Dead body found: ଦୁଇ ମାସ ପୂର୍ବେ ବିବାହ କରିଥିବା ନବବଧୂ ଜଣଙ୍କ କାହିଁକି ଓ କେଉଁ କାରଣ ପାଇଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

ଦୁଇ ମାସ ତଳେ ବିବାହ କରିଥିଲେ ମହିଳା, ଘରୁ ମିଳିଲା ମିଳିଲା...

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ଗ୍ରାମରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ହେଲେ ତରାବୋଇର ଜ୍ୟୋସ୍ନାମୟୀ ଆଚାର୍ଯ୍ୟ (୨୪)। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଅନ୍ୟପଟେ ମହିଳା ଜଣଙ୍କ ଗତ ଦୁଇ ମାସ ତଳେ ବିବାହ କରିଥିଲେ। 

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ବାଙ୍କୀ ଥାନା ଅନ୍ତର୍ଗତ ହଳଦିପଦା ଗ୍ରାମର ରଘୁନାଥ ଆଚାର୍ଯ୍ୟଙ୍କ ଝିଅ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ତରାବୋଇ ଗ୍ରାମର ଚିନ୍ମୟ ରଥଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଜ୍ୟୋସ୍ନାମୟୀ ଓ ଚିନ୍ମୟ ପରିବାରଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ବିବାଦ ଲାଗି ରହିଥିଲା। ଧିରେ ଧିରେ ବିବାଦ କମିବା ପରିବର୍ତେ ବଢ଼ି ଚାଲିଥିଲା। ଯାହାକୁ ନେଇ ଜ୍ୟୋସ୍ନାମୟୀଙ୍କୁ ଶାଶୁ ଘର ଲୋକ ତାଙ୍କ ବାପ ଘରକୁ ଛାଡୁ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଅନ୍ୟପଟେ ତାଙ୍କ ସ୍ବାମୀ ଚିନ୍ମୟ ସ୍ଥାନୀୟ ଏକ ସଂସ୍ଥାରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି। ଗତକାଲି ରାତିରେ ଚିନ୍ମୟ ଡିୟୁଟି କରିବାକୁ ଯାଇଥିଲେ। ଆଜି ସକାଳେ ଜ୍ୟୋସ୍ନାମୟୀଙ୍କ ଘର କବାଟ ବହୁ ସମୟ ବନ୍ଦ ରହିବା ସହ ପରିବାର ଲୋକେ ବୋହୂକୁ ଡାକିବା ପରେ କବାଟ ଖୋଲି ନଥିଲେ। ଯାହାକୁ ନେଇ ପରିବାର ଲୋକ ଗ୍ରାମର କିଛି ବରିଷ୍ଠ ଲୋକଙ୍କୁ ଡାକି ସେମାନଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଖୋଲିବା ପରେ ବୋହୂ ଫ୍ୟାନ୍ ରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଦୁଇ ମାସ ପୂର୍ବେ ବିବାହ କରିଥିବା ନବବଧୂ ଜଣଙ୍କ କାହିଁକି ଓ କେଉଁ କାରଣ ପାଇଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ଏନେଇ ପୁଲିସ କେସ ନଂ ୩୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣାର ସଠିକ୍ ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।