Odisha News: ନୂଆ ଦାୟିତ୍ୱ ନେଲେ ଅନୁପମ ସାହା
Advertisement
Article Detail0/zeeodisha/odisha2192818

Odisha News: ନୂଆ ଦାୟିତ୍ୱ ନେଲେ ଅନୁପମ ସାହା

Odisha News: ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଅନୁପମ ସାହା ।୨୦୧୨ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଫିସର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସହ ମୋ ସ୍କୁଲ ଅଭିଯାନର ସେକ୍ରେଟାରୀ,ଶ୍ରମ କମିଶନର ଓ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ଆଜି ଶ୍ରୀ ସାହା ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟାଳୟର କର୍ମଚାରିମାନେ ଜିଲ୍ଲପାଳଙ୍କୁ ସ୍ୱାଗତ କରିଥିଲେ। ବର୍ତ୍ତମାନ ସାଧାରଣ ନିର୍ବାଚନର ସମୟ ଥିବାରୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ କରିବା ପାଇଁ ସମସ୍ତର ସହଯୋଗ କାମନା କରିଥିଲେ। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଅନୁପମ ସାହା କିପରି ଏହି ପରିସ୍ଥିତିକୁ ମୁକାବିଲା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।