ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଅଭିଯୋଗ ଶୁଣାଣି: ୭ ଘଣ୍ଟାରେ ୫ ହଜାର ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2369791

ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଅଭିଯୋଗ ଶୁଣାଣି: ୭ ଘଣ୍ଟାରେ ୫ ହଜାର ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

୭ ଘଣ୍ଟା ଭିତରେ ୨୪୦୩ଟି ଅଭିଯୋଗ ଶୁଣାଣି ପାଇଁ ଦାୟର ହୋଇଥିଲା। ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସବୁ ଅଭିଯୋଗର ଶୁଣାଣି ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଅଭିଯୋଗ ଶୁଣାଣି: ୭ ଘଣ୍ଟାରେ ୫ ହଜାର ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ତଥା ସରକାରୀ କଳର ଉପେକ୍ଷାକୁ ନେଇ ଆଜି ୫ ହଜାରରୁ ଅଧିକ ଲୋକ ପଞ୍ଜିକୃତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଅଭିଯୋଗ ଶୁଣାଣି ସନ୍ଧ୍ୟା ୫ଟା ଯାଏ ଚାଲିଥିଲା। ୭ ଘଣ୍ଟା ଭିତରେ ୨୪୦୩ଟି ଅଭିଯୋଗ ଶୁଣାଣି ପାଇଁ ଦାୟର ହୋଇଥିଲା। ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସବୁ ଅଭିଯୋଗର ଶୁଣାଣି ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସାଧାରଣ ଲୋକଙ୍କ ସରକାର ଭାବେ ନିଜ ସରକାରଙ୍କୁ ପ୍ରତିଷ୍ଠା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଆରମ୍ଭ କରିଥିଲେ। ଜୁଲାଇ ୧ ତାରିଖ ଦିନ ବନ୍ଦ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଖୋଲାଯାଇଥିଲେ। ଏହାପରେ ଆଉ ବିଧାନସଭା ଅଧିବେଶନ ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କାରଣରୁ ଦୁଇଥର ଏହି ପ୍ରକୋଷ୍ଠ ଶୁଣାଣି ପାଇଁ ବନ୍ଦ ରହିଥିଲା। ଆଜିର ଶୁଣାଣି ତୃତୀୟ ଶୁଣାଣି ଥିଲା। ଏଥିପାଇଁ ପଞ୍ଜିକରଣ ସକାଳ ୯ଟାରୁ ଆରମ୍ଭ ହୋଇଥିଲା। 

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Also Read- ହିନ୍ଦନ ଏୟାରବେସରେ ଶେଖ ହସିନାଙ୍କ ବିମାନ ! ଏବେ କଣ ରହିବ ରଣନୀତି ?