Puri News: ଆଜି ପବିତ୍ର ଭାଦ୍ରବ ପୂର୍ଣିମା । ଏ ଅବସରରେ ଶ୍ରୀମନ୍ଦିରରେ (srimandir) ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି (Indra Govinda Bandapana Ritual) ଓ ଇନ୍ଦ୍ର ହାତୀ ପ୍ରସ୍ତାବ ( Indra Hati Prastap) ଅନୁଷ୍ଠିତ ହେବ । ସଂଧ୍ୟା ଆଳତି ସରିବା ପରେ ଠାକୁରଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଶ୍ରୀ ଦୋଳଗୋବିନ୍ଦଙ୍କୁ ବଟ ମୂଳେ ଥିବା ପାଲିଙ୍କିରେ ବିଜେ କରାଯିବ ।
Trending Photos
Puri News: ଆଜି ପବିତ୍ର ଭାଦ୍ରବ ପୂର୍ଣିମା । ଏ ଅବସରରେ ଶ୍ରୀମନ୍ଦିରରେ (srimandir) ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି (Indra Govinda Bandapana Ritual) ଓ ଇନ୍ଦ୍ର ହାତୀ ପ୍ରସ୍ତାବ ( Indra Hati Prastap) ଅନୁଷ୍ଠିତ ହେବ । ସଂଧ୍ୟା ଆଳତି ସରିବା ପରେ ଠାକୁରଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଶ୍ରୀ ଦୋଳଗୋବିନ୍ଦଙ୍କୁ ବଟ ମୂଳେ ଥିବା ପାଲିଙ୍କିରେ ବିଜେ କରାଯିବ । ଏକ ପଟୁଆରରେ ଠାକୁରଙ୍କ ପାଲିଙ୍କି ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯିବା ସହ ସେଠାରେ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ ହେବ । ଏହା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବେ । ସେପଟେ ଆଜି ଅନେକ ନୀତି ରହିଥିବାରୁ ସକାଳୁ ନୀତିକୁ ସୃଙ୍ଖଳିତ କରାଯାଇଛି। ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟା ନୀତି ସମ୍ପୂର୍ଣ୍ଣ ହେବା ସହ ମହାପ୍ରଭୁଙ୍କ ନିକଟରେ ମଙ୍ଗଳାଳତୀ ହୋଇଛି। ତାପରେ ମଇଲମ, ଅବକାଶ ବେଶ ହୋଇ ଗୋପାଳବଲ୍ଲଭ ଭୋଗ ଲାଗି ହୋଇଛି। ସେପଟେ ଦର୍ଶନ ମଧ୍ୟ ସୃଙ୍ଖଳିତ ହୋଇଛି। ଭକ୍ତମାନେ ଭିତରକାଠରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି।
Also Read: Nayanthara: ଦକ୍ଷିଣ ଭାରତର ସବୁଠୁ ଦାମୀ ଅଭିନେତ୍ରୀ ନୟନତାରା, ଜାଣନ୍ତୁ କେତେ କୋଟି ସମ୍ପତ୍ତିର ମାଲିକାଣୀ ସେ?
ସେପଟେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନାର ରହିଛି ଅନେକ ପୌରାଣିକ କିମ୍ବଦନ୍ତୀ। ଭାଦ୍ରବ ପୂର୍ଣ୍ଣିମାକୁ ଇନ୍ଦୁ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ସଂନ୍ଧ୍ୟା ଆଳତି ବେଶରେ ମହାପ୍ରଭୁଙ୍କୁ ଖଣ୍ଡିଏ ମାଳ ଲାଗିଥାଏ। ଦକ୍ଷିଣୀ ଘର ଭୋଗ ସରିବା ପରେ ଛାମୁ ଦିହୁଡ଼ି ସହ ଦୋଳ ଗୋବିନ୍ଦଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ଭିତର ସିଂହାସନ ଉପରେ ରଖିଥାନ୍ତି। ଏହାପରେ ପୂଜାପଣ୍ଡା ଦୋଳ ଗୋବିନ୍ଦଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ତାହା ପରେ, ମହାଜନ ସେବକ ଦୋଳଗୋବିନ୍ଦଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କିଟିକୁ ଘଣ୍ଟ , ଛତ୍ର , କାହାଳୀ ସହ ବଡ଼ ଛତା ମଠ ନିକଟରେ ଥିବା ଟିକିରା ଗୋହିରୀ ନିକଟକୁ ନେଇଥାନ୍ତି। ଏହି ଦିନ ହର ଚଣ୍ଡୀସାହିର ଆଖାଡା ଅନ୍ତର୍ଗତ ବାସେଳି ସାହିରୁ ଇନ୍ଦ୍ର ହାତୀ ଆସିଥାଏ। ଶୀତଳ ଭୋଗ ହେବା ପରେ ଭିତରଚ୍ଛ ମହାପାତ୍ର ଇନ୍ଦ୍ର , ଚନ୍ଦ୍ର , ଗୋବିନ୍ଦଙ୍କୁ ବନ୍ଦାପନା କରିଥାନ୍ତି। ବନ୍ଦାପନା ପରେ ଦିଅଁ ଦେଉଳକୁ ବାହୁଡା ବିଜେ କରିଥାନ୍ତି।