Odisha Election 2024: ଚିରଞ୍ଜିବ୍ ବିଶ୍ବାଳଙ୍କ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ନିଜର ସମର୍ଥକ ମାନଙ୍କ ସହିତ ଏକ ରୁଦ୍ଧ ଦ୍ଵାର ଘରେ ହୋଇଥିବା ବୈଠକ ର ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବାପରେ ବିଜେଡି ଦଳରେ ମିଶିଥିବା ଚିରଞ୍ଜିବ୍ ବିଶ୍ବାଳଙ୍କ ସମର୍ଥକ ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
Trending Photos
Odisha Election 2024: ଚିରଞ୍ଜିବ୍ ବିଶ୍ବାଳଙ୍କ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ନିଜର ସମର୍ଥକ ମାନଙ୍କ ସହିତ ଏକ ରୁଦ୍ଧ ଦ୍ଵାର ଘରେ ହୋଇଥିବା ବୈଠକ ର ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବାପରେ ବିଜେଡି ଦଳରେ ମିଶିଥିବା ଚିରଞ୍ଜିବ୍ ବିଶ୍ବାଳଙ୍କ ସମର୍ଥକ ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଯାହା ଏବେ ଜିଲ୍ଲା ସାରା ଚର୍ଚ୍ଚା ଯୋର ଧରିଥିବା ବେଳେ ଚିରଞ୍ଜିବ୍ ବିଶ୍ବାଳ ନିଜ ସମର୍ଥକମାନଙ୍କ ସହିତ ଆଲୋଚନା ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି , ଜୁନ୍-ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କର ପାଣି ପାଣି ଓ କ୍ଷୀର କ୍ଷୀର ଅଲଗା ହେବ।
କଂଗ୍ରେସ ଦଳ ମୋତେ ବିନା କାରଣରେ ନିଲମ୍ବିତ କଲେ। ମୁଁ ବିଜେଡି ରେ ମିଶିଲି। ହେଲେ କୌଣସି କାରଣରୁ ମୋତେ ଜଗତସିଂହପୁର ରୁ ଟିକେଟ ନଦେଇ ପ୍ରଶାନ୍ତ ମୁଦୁଲିଙ୍କୁ ଦେଲେ। ମୋତେ କଟକରୁ ଟିକେଟ ଯାଚୁଥିଲେ । ମୁଁ ଆପଣ ମାନଙ୍କ ସହିତ ରହିବା ପାଇଁ କଟକରୁ ଟିକେଟ ନେଲି ନାହିଁ। ପ୍ରଶାନ୍ତ ମୁଦୁଲିକୁ ମୁଁ କାଉଣ୍ଟ କରେ ନାହିଁ । ମୁଁ ବିଜେଡିର ତୁଙ୍ଗ ନେତାଙ୍କ ସହ କଥା ହୋଇଛି । ଆପଣମାନେ ବିଜେଡିକୁ ଭୋଟ ଦିଅନ୍ତୁ । ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ। ନଖରା ଠାରେ ଆୟୋଜିତ ରୁଦ୍ଧ ଦ୍ୱାର ବୈଠକରେ ଚିରଞ୍ଜୀବ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ନିଜର ସମର୍ଥକ ମାନଙ୍କୁ ପରାମର୍ଶ ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ।
ବିଜେଡିରେ ଗୋଷ୍ଠୀ କନ୍ଦଳ pic.twitter.com/1BEvbKd0BN
— ZEE Odisha News (@ZeeOdisha) April 20, 2024
ସେ କର୍ମୀମାନଙ୍କୁ ସବୁ ସମୟରେ ସହଯୋଗ କରିବେ ବୋଲି ମହାପ୍ରଭୁ ଜଗନ୍ନାଥ ଓ ମା ଶାରଳାଙ୍କ ଶପଥ ନେଇ କର୍ମୀ ମାନଙ୍କୁ କହିଛନ୍ତି । ଚିରଞ୍ଜୀବଙ୍କ କଥାରୁ ଅନେକ କଥାର ଇସାରା ମିଳୁଥିବା ବେଳେ ଆଗାମୀ ଦିନରେ ତାଙ୍କର କାର୍ଯ୍ୟପନ୍ଥା କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହା ଚିରଞ୍ଜିବ୍ କହିଥିବା ଭିଜୁଆଲ୍ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି।