ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା ସ୍ଵଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2436257

ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା ସ୍ଵଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ

Khordharoad: ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା ଷ୍ଟେସନ, ଟ୍ରେନ୍, ଅଫିସ୍ କୋଠା, ରେଳ କଲୋନୀ ଇତ୍ୟାଦିରେ, ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା ତଥା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। 

ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା ସ୍ଵଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର: ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା ସ୍ଵଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଉଛି। ରେଳ ଷ୍ଟେସନ, ଟ୍ରେନ୍, ରେଳବାଇ ଆବାସିକ କଲୋନୀ ଏବଂ ଉତ୍ପାଦନ ୟୁନିଟ୍ ଇତ୍ୟାଦିରେ ସ୍ୱଚ୍ଛତା ଉପରେ ସ୍ୱେଚ୍ଛାସେବୀ ତଥା ସାମୂହିକ କାର୍ଯ୍ୟାନୁଷ୍ଠାନକୁ ମଜବୁତ କରିବା ପାଇଁ ନିଆଯାଇଥିବା ଏକ ସ୍ଵତନ୍ତ୍ର ପଦକ୍ଷେପ। ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଅପରେସନ୍), ପି.କେ ବେହେରା, ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କୁ, ନିଜକୁ ସ୍ୱଚ୍ଛ ରଖିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଶପଥ ଗ୍ରହଣ କରାଇଥିଲେ। ମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ କର୍ମଚାରୀ ମାନଙ୍କ ଦ୍ୱାରା ସ୍ବଚ୍ଛତା ଶପଥ ଗ୍ରହଣ କରାଯାଇଛି। 

ଏହି ଅବସରରେ ଡିଆରଏମ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ପ୍ରମୁଖ ରେଳ ଷ୍ଟେସନରେ ଜନସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା ଷ୍ଟେସନ, ଟ୍ରେନ୍, ଅଫିସ୍ କୋଠା, ରେଳ କଲୋନୀ ଇତ୍ୟାଦିରେ, ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା ତଥା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।