ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍, ମିଳିବ ଏହି ସବୁ ସୁବିଧା
Advertisement
Article Detail0/zeeodisha/odisha2461256

ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍, ମିଳିବ ଏହି ସବୁ ସୁବିଧା

Konark Eco retreat start: ପର୍ଯ୍ୟଟନ ସହକାରୀ ନିର୍ଦେଶକ ସରୋଜକାନ୍ତ ପ୍ରଧାନ କହିଛନ୍ତି, ଇକୋ ରିଟ୍ରିଚ୍ ଧୀରେଧୀରେ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହେବ ଲାଗିଛି। ପର୍ଯ୍ୟଟକମାନେ ନିଆରା ଅନୁଭବ ଭବ ନେବାକୁ ଚାହୁଁଥିବା ବେଳେ ଇକୋ ରିଟ୍ରିଟ ସେହିଭଳି ଅନୁକୂଳ ପରିବେଶ ପରିବେଶ ଭେଟି ଦେଉଥିବାରୁ ଚାହିଦା ବୃଦ୍ଧି ପାଉଛି। ଏନେଇ ଦୃଷ୍ଟି ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍‌ରେ ଓଡ଼ିଶା ଇକୋ ରିଟ୍ରିଟ୍‌ ସାଇଟ୍‌କୁ ଯାଇ ପର୍ଯ୍ୟଟକମାନେ ବୁକିଂ କରିପାରିବେ ବୋଲି ସେ କହିଛନ୍ତି। 

ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍, ମିଳିବ ଏହି ସବୁ ସୁବିଧା

କୋଣାର୍କ: ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅବକାଶ ପାଇବେ ପର୍ଯ୍ୟଟକ। ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ଟେଣ୍ଟରେ ଅବସର କାଟିବା ସହ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ। 

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଇକୋ ରିଟ୍ରିଟ୍ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଇ-ଫ୍ୟାକ୍ସରର ମିଳିତ ସ‌ହ‌ଯୋଗରେ ପର୍ଯ୍ୟଟକଙ୍କ ପାଇଁ ଏଭଳି ଏକ ନିଆରା ଭେଟି ପ୍ରସ୍ତୁତ କରାଯିବ। ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳକୁ ଆକର୍ଷଣୀୟ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ କରାଯିବା ୨୪ ଘଣ୍ଟିଆ ଲାଇଫଗାର୍ଡ ବ୍ୟବସ୍ଥା ସହ ପାକିଂ ଏବଂ ସୁରକ୍ଷା ବ୍ୟବସ୍ଥା କରାଯିବା ଡିସେମ୍ବର ୧ ତାରିଖରୁ ଏନେଇ ପ୍ରସ୍ତୁତି ଆରମ୍ଭ ହେବା ଭିତ୍ତଭୂମି କାର୍ଯ୍ୟ ସହ ବିଭିନ୍ନ ବିଭାଗ ଏନେଇ ସେବା ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ କରିବେ। ପୂର୍ବ ବର୍ଷର ଅଭିଜ୍ଞତା ଆଧାରରେ ଏଥରର ଇକୋ ରିଟ୍ରିଟ୍‌କୁ ଆହୁରି ପର୍ଯ୍ୟଟକ ଅନୁକୂଳ କରିବା ସହ ପର୍ଯ୍ୟଟକମାନେ ଯେପରି ସୁଖଦ ଅନୁଭବ ନେଇ ଲେଉଟିବେ ସେନେଇ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ଶ୍ରୀ ସ୍ଵାଇଁ ପରାମର୍ଶ ଦେଇଛନ୍ତି| ପର୍ଯ୍ୟଟନ ସହକାରୀ ନିର୍ଦେଶକ ସରୋଜକାନ୍ତ ପ୍ରଧାନ କହିଛନ୍ତି, ଇକୋ ରିଟ୍ରିଚ୍ ଧୀରେଧୀରେ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହେବ ଲାଗିଛି। ପର୍ଯ୍ୟଟକମାନେ ନିଆରା ଅନୁଭବ ଭବ ନେବାକୁ ଚାହୁଁଥିବା ବେଳେ ଇକୋ ରିଟ୍ରିଟ ସେହିଭଳି ଅନୁକୂଳ ପରିବେଶ ପରିବେଶ ଭେଟି ଦେଉଥିବାରୁ ଚାହିଦା ବୃଦ୍ଧି ପାଉଛି। ଏନେଇ ଦୃଷ୍ଟି ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍‌ରେ ଓଡ଼ିଶା ଇକୋ ରିଟ୍ରିଟ୍‌ ସାଇଟ୍‌କୁ ଯାଇ ପର୍ଯ୍ୟଟକମାନେ ବୁକିଂ କରିପାରିବେ ବୋଲି ସେ କହିଛନ୍ତି। 

ଅଧିକ ପଢନ୍ତୁ...

ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି; ଏହି ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଅବେଦନ..

https://zeenews.india.com/hindi/zeeodisha/state-news/odisha-police-driver-recruitment-10th-pass-can-apply-salary/2461176