Konark Festival 2023: କୋଣାର୍କ ମହୋତ୍ସବର ଚତୁର୍ଥ ଦିନ, ମୋହିନୀ ନୃତ୍ୟରେ ଝୁମିଲେ ଦର୍ଶକ
Advertisement
Article Detail0/zeeodisha/odisha1995499

Konark Festival 2023: କୋଣାର୍କ ମହୋତ୍ସବର ଚତୁର୍ଥ ଦିନ, ମୋହିନୀ ନୃତ୍ୟରେ ଝୁମିଲେ ଦର୍ଶକ

Konark Festival 2023: କୋଣାର୍କ ମହୋତ୍ସବର (Konark Festival 2023) ଚତୁର୍ଥ ସନ୍ଧ୍ୟା ଥିଲା ବେଶ୍ ଆକର୍ଷଣୀୟ ( Konark Festival 2023 4th day )। ମୋହିନୀ ନୃତ୍ୟରେ ଝୁମିଲେ ଦର୍ଶକ। ସେପଟେ ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ଚତୁର୍ଥ ସନ୍ଧ୍ୟାରେ ମୋହିନୀ ନୃତ୍ୟ ଦର୍ଶକଙ୍କ ମନ କିଣିନେଇଥିଲା। 

Konark Festival 2023: କୋଣାର୍କ ମହୋତ୍ସବର ଚତୁର୍ଥ ଦିନ, ମୋହିନୀ ନୃତ୍ୟରେ ଝୁମିଲେ ଦର୍ଶକ

Konark Festival 2023: କୋଣାର୍କ ମହୋତ୍ସବର (Konark Festival 2023) ଚତୁର୍ଥ ସନ୍ଧ୍ୟା ଥିଲା ବେଶ୍ ଆକର୍ଷଣୀୟ ( Konark Festival 2023 4th day )। ମୋହିନୀ ନୃତ୍ୟରେ ଝୁମିଲେ ଦର୍ଶକ। ସେପଟେ ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ଚତୁର୍ଥ ସନ୍ଧ୍ୟାରେ ମୋହିନୀ ନୃତ୍ୟ ଦର୍ଶକଙ୍କ ମନ କିଣିନେଇଥିଲା। ନୃତ୍ୟ ଶିଳ୍ପୀ ମାନଙ୍କର ନିଖୁଣ ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। ସୋମବାର କୋଣାର୍କ ମହୋତ୍ସବରେ ଅଧିକ ଲୋକଙ୍କ ଭିଡ଼ ଜମିଥିଲା।। ଦର୍ଶକଙ୍କ ପାଇଁ ଥିଲା ଅନେକ ଆକର୍ଷଣୀୟ ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା। 

ଦର୍ଶକ ମାନଙ୍କୁ କିଛି ସମୟ ମତୁଆଲା କରିଦେବେ ନୃତ୍ୟ ଶିଳ୍ପୀ। ମହୋତ୍ସବର ପ୍ରଥମ ଦିନ ମଞ୍ଚରେ ବସ୍ତ୍ରହରଣ ପ୍ରଦର୍ଶନ କରି ନୃତ୍ୟ ଶିଳ୍ପୀ ମାନେ ପ୍ରଶଂସା ସାଉଁଟି ଥିବା ବେଳେ ସୋମବାର ମଧ୍ୟ କିଛି ନିଆରା ନୃତ୍ୟ କଳା ଦେଖାଇଥିଲେ। ସେପଟେ ବାଲୁକା କଳା ମହୋତ୍ସବର ମଧ୍ୟ ଦର୍ଶକଙ୍କ ମନ କିଣିଥିଲା। ତେବେ ଗତକାଲି ଜଳବାୟୁ ପରିବର୍ତ୍ତନ ଓ ଅତିଥି ଦେବ ଭବ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥିଲା। ଅନ୍ୟପଟେ ମାନା ବଜାର ଓ ଯାତ୍ରାପାଟିକୁ ଦେଖିବାକୁ ହଜାର ହଜାର ପର୍ଯ୍ୟଟକମାନଙ୍କ ଭିଡ ଦେଖିବାକୁ ମିଳିଥିଲା ଚଳିତ ବର୍ଷ ୪ଟି ଯାତ୍ରାପାଟିରୁ ଦୃର୍ଗା ମହଲ ଓ ତାରେଣୀ ଗଣନାଟ୍ୟ ଭଲ ବବ୍ୟସାୟ କରିଛି।  ଆଜି କୋଣାର୍କ ମହୋତ୍ସବର ପଞ୍ଚମ ଦିନରେ ହଜାର ହଜାର ପର୍ଯ୍ୟଟକଙ୍କ ଗହଳି ଲାଗିବ ବୋଲି ଆଶା ରଖିଛି ପର୍ଯ୍ଯଟନ ବିଭାଗ।

ଚଳିତ ବର୍ଷ କୋଣାର୍କ ମହୋତ୍ସବ  ଡିସେମ୍ବର ୧ ରେ ଆରମ୍ଭ ହୋଇଥିଲା।  ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଅୟୋଜିତ ଏହି କୋଣାର୍କ ଉତ୍ସବକୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କର ଭିଡ ଦିନକୁ ଦିନ ବଢିବାରେ ଲାଗିଛି। ତେବେ, ଏହି କୋଣାର୍କ ମହୋତ୍ସବ ୨୦୨୩କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)।