Odisha News: ପାରାଦୀପରେ ଶ୍ରମିକ ଅଶାନ୍ତି
Advertisement
Article Detail0/zeeodisha/odisha2341543

Odisha News: ପାରାଦୀପରେ ଶ୍ରମିକ ଅଶାନ୍ତି

Odisha News: ପାରାଦୀପରେ ଥ‌ିବା ବିଅର ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଜୋରଜବରଦସ୍ତ କମ୍ପାନୀରୁ ବାହାର କରି ଦିଆଯାଇଛି। ଯାହାକୁ ନେଇ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଏନେଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। 

 Odisha News: ପାରାଦୀପରେ ଶ୍ରମିକ ଅଶାନ୍ତି

Odisha News: ପାରାଦୀପରେ ଥ‌ିବା ବିଅର ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଜୋରଜବରଦସ୍ତ କମ୍ପାନୀରୁ ବାହାର କରି ଦିଆଯାଇଛି। ଯାହାକୁ ନେଇ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଏନେଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। ଶ୍ରମିକମାନଙ୍କୁ କିଛି ନଜଣାଇ କିମ୍ବା ସଂଘ ରେ କୌଣସି ସୂଚନା ନଦେଇ ଶ୍ରମିକ ମାନଙ୍କୁ ଛଟେଇ କରା ଯାଉଛି ବୋଲି ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି। ଶ୍ରମିକ ମାନଙ୍କ ପ୍ରତି ବିଭିନ୍ନ ସମୟରେ ଧମକ ଚମକ ଦିଆ ଯାଉଛି ବୋଲି ଧାରଣାରେ ବସିଥିବା କର୍ମଚାରୀ ମାନେ ଅଭିଯୋଗ ଆଣିଥିବା ବେଳେ କମ୍ପାନୀ ତରଫରୁ ସଠିକ ସମୟରେ ଇପିଏଫ୍ ଓ ଇଏସ୍ଆଇ ଭରା ଯାଉନାହିଁ। 

ALSO READ: Sawan Lucky Zodiac Signs 2024: ଏହିସବୁ ରାଶିଙ୍କ ପାଇଁ ଶୁଭ ହେବ ଶ୍ରାବଣ, ମହାଦେବଙ୍କ କୃପାରୁ ବର୍ଷିବ ଧନ!

ଏପରିକି ସ୍ଥାନୀୟ ଶ୍ରମିକ ମାନଙ୍କୁ ଛଟେଇ କରି ବାହାରୁ ଅଣଓଡିଆ ଶ୍ରମିକ ମାନଙ୍କୁ ଆଣି କାମରେ ନିଯୁକ୍ତି ଦେଉଥିବା ନେଇ ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି। ଏ-ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ବେଳେ ଏବେ ଶାନ୍ତି ପୂର୍ଣ୍ଣ ଭାବେ କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଛନ୍ତି ''କାର୍ଲ୍ସ ବିଜରିଜ୍ ପ୍ରାଇଭେଟ୍ ଲିମିଟେଡ଼'' ର ଶ୍ରମିକ ମାନେ। ଯେ ପର୍ଯ୍ୟନ୍ତ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ନମିଳେ ସେ ପର୍ଯ୍ୟନ୍ତ ଏହି ଧାରଣା ଜାରୀ ରହିବ ଵୋଲି ବିୟର ଫାକ୍ଟୀ ର କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।