ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‌ଯାପନୀ ସମାରୋହରେ ଓଡ଼ିଶୀ ଅଭିନୟର ଯାଦୁକରୀ ମୁର୍ଚ୍ଛନା
Advertisement
Article Detail0/zeeodisha/odisha2037797

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‌ଯାପନୀ ସମାରୋହରେ ଓଡ଼ିଶୀ ଅଭିନୟର ଯାଦୁକରୀ ମୁର୍ଚ୍ଛନା

 ଓଡ଼ିଶୀ ମହାକୁମ୍ଭରେ ଦେଶ ତଥା ଦେଶ ବାହାରୁ ଆସିଥିବା ବିଶିଷ୍ଟ ଖ୍ୟାତିନାମା ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବା ସହିତ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦୈତ୍ୟ ଓ ଦଳଗତ ନୃତ୍ୟ ଉପସ୍ଥାପନ କରି ଏହି ନୃତ୍ୟ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‌ଯାପନୀ ସମାରୋହରେ ଓଡ଼ିଶୀ ଅଭିନୟର ଯାଦୁକରୀ ମୁର୍ଚ୍ଛନା

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ରବିନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଉଦ୍‌ଯାପନୀ ଦିବସ । ଏହି ଓଡ଼ିଶୀ ମହାକୁମ୍ଭରେ ଦେଶ ତଥା ଦେଶ ବାହାରୁ ଆସିଥିବା ବିଶିଷ୍ଟ ଖ୍ୟାତିନାମା ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବା ସହିତ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦୈତ୍ୟ ଓ ଦଳଗତ ନୃତ୍ୟ ଉପସ୍ଥାପନ କରି ଏହି ନୃତ୍ୟ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।

ପୂର୍ବାହ୍ନ ଅଧିବେଶନର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ଗୁରୁ ମୁକ୍ତିଲାଲ ପାଲ, ଗୁରୁ ପିତାମର ବିଶ୍ବାଳ ଓ ଗୁରୁ ଜ୍ୟୋତି ରାଉତ । ପୂର୍ବାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଆଦି ଗୁରୁ ଓଡ଼ିଶୀ ଗୁରୁକୁଳ ଚାରିଟେବୁଲ ଟ୍ରଷ୍ଟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ମଙ୍ଗଳା ଚରଣ ପରିବେଷଣରୁ । ଏକକ ପର୍ଯ୍ୟାୟରେ କଲିକତାର ଶତରୂପା ସାହାଙ୍କ ଦ୍ବାରା ଅଭିନୟ ମାତଙ୍ଗୀ ଧ୍ୟାନମ୍, ଭୁବନେଶ୍ଵରର ମହାରାଜା ଭୋଇଙ୍କ ଦ୍ବାରା ରାଗେଶ୍ରୀ ପଲ୍ଲବୀ, ଦ୍ବୈତ ନୃତ୍ୟ ପର୍ଯ୍ୟାୟରେ ଭୁବନେଶ୍ଵରର ଅମ୍ରିତା ଅମ୍ରିତା ଓ ସୁଜାତା ସେଠଙ୍କ ଦ୍ବାରା ଅଭିନୟ ନମାମି କୃଷ୍ଣ ସୁନ୍ଦରମ୍ , ଏକକ ପର୍ଯ୍ୟାୟରେ ଭୁବନେଶ୍ଵରର ଲିପ୍ସା ଦଳାଇଙ୍କ ଦ୍ବାରା ଅଭିନୟ କୋଣାର୍କ କାଢୀ, ଆମେରିକାର କିଷ୍ଠା ରତଙ୍କ ଦ୍ଵାରା ଅଭିନୟ ତୋ ଲାଗି ଗୋପ ଦାଣ୍ଡ ମନାରେ, ଦ୍ବୈତ ପର୍ଯ୍ୟାୟରେ ପୁରୀର ଅର୍ଜନା ସାହୁ ଓ ମମତା ଭୋଇଙ୍କ ଦ୍ବାରା ଅଭିନୟ ଶିବ ସ୍ତୁତି, ଏକକ ପର୍ଯ୍ୟାୟରେ ଭୁବନେଶ୍ଵରର ପ୍ରିତିକା ମୁଖପାଧ୍ୟାୟଙ୍କ ଦ୍ବାରା ଅଭିନୟ ତୋ ଲାଗି ଗୋପ ଦାଣ୍ଡ ମନାରେ, ଭୁବନେଶ୍ଵରର ସେଫାଳୀ ପଟ୍ଟନାୟକଙ୍କ ଦ୍ବାରା ଅଭିନୟ ଅର୍ଦ୍ଧନାରୀଶ୍ୱର ଏବଂ ଶେଷରେ ପୁରୀ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ନାଚନ୍ତି ରେଙ୍ଗ ଶ୍ରୀହରି ପରିବେଷିତ ହୋଇଥିଲା ।

ଅପରାହ୍ନ ଅଧୁବେଶନର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ନିରଞ୍ଜନ ରାଉତ ଓ ଗୁରୁ ରମେଶ ଚନ୍ଦ୍ର ଦାସ । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭୁବନେଶ୍ବରର ନୃତ୍ୟସୁଧା ଡ୍ୟାନ୍ତ ଏକାଡ଼େମୀ ଟ୍ରଷ୍ଟର ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ନୃତ୍ୟାଭିନୟ ଶିବ ପଞ୍ଚକ ପରିବେଷଣରୁ । ପରେ ପରେ କୋଲକାତାର ରୋହିନୀ ୟାଦବ ଓ ପ୍ରଜ୍ଞାସେନଙ୍କ ଦ୍ବାରା ମାଲକୋଷ ପଲ୍ଲବୀ , ଭଦ୍ରକର ସତ୍ୟ ପ୍ରକାଶ ସାହୁଙ୍କ ଦ୍ବାରା ଅଭିନୟ ଚାରି ଯୁଗରେ ନେମା ନେମା ନେମା ଦୁର୍ଗ, ଅନୁଷ୍କା ନାୟକ ଓ ସାଲୋନି ଦାସଙ୍କ ଦ୍ବାରା ଅଭିନୟ ନାଦ ଓ ମୋହନ ମୁରଲୀ ଛଇ ଲୋ, ସସ୍ମିତା ଦାସଙ୍କ ଦ୍ବାରା ଅଭିନୟ ସଙ୍ଗୀନରେ ଚାହା ବେଣୁ ପାଣିଜି ଏବଂ ଶେଷରେ କୋଲକାତାର ଶାତାବ୍ଦୀ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଅଭିନୟ ଶିବାଷ୍ଟକ ପରିବେଷିତ ହୋଇଥିଲା ।

ସଂଧ୍ୟା ଅଧିବେଶନର ପ୍ରଥମ କାର୍ଯ୍ୟକ୍ରମ ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଶର୍ମିଳା ବିଶ୍ଵାସଙ୍କ ଦ୍ବାରା ଅଭିନୟ ବିଳାଶିନୀ । ପରେ ପରେ ଶରିତା ମିଶ୍ରଙ୍କ ଦ୍ବାରା ଅଭିନୟ ବରବଧୂ , ବୁଦ୍ଧିରାମ ବଳ ଓ ବିଶ୍ବଜିତ ମହାପାତ୍ରଙ୍କ ଦ୍ବାରା ଅଭିନୟ ସଂହିତା, ଅଙ୍କିତା ରଥଙ୍କ ଦ୍ଵାରା ଶ୍ୟାମ ଫେରିଯା , ଅନୁଶ୍ରୀ ପଦ୍ମନାଭଙ୍କ ଦ୍ବାରା ୟମନ୍ ପଲ୍ଲବୀ , ୟକୁ ୟଶିୟିକା ଓ ମାୟୀ ଓ୍ବାତମେଙ୍କ ଦ୍ବାରା ଗୁରୁ ବନ୍ଦନା ( ହରିହର ), ଦିପ୍ତିରଞ୍ଜନ ବରାଳ ( ଏକକ ) , ଦୀକ୍ଷା ରଥ ଓ ଦିବ୍ୟା ରଥ ( ଦ୍ବୈତ ) ଏବଂ ଶେଷରେ ସିଞ୍ଜନ ନେତ୍ରାଳୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ବନ୍ଦେମାତରମ୍ ଓ ତାରା ପଲ୍ଲବୀ ପରିବେଷିତ ହୋଇଥିଲା ।

ସଂଧ୍ୟା ଅଧ୍ଶନର ଅତିଥି ଥିଲେ ମାନ୍ୟବର ଓଡ଼ିଆ ଭାଷା , ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର , ଭୁବନେଶ୍ଵରର ମାନ୍ୟବର ମେୟର ସୁଲୋଚନା ଦାସ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍ ମହାନ୍ତି , ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା କୁମ୍‌କୁମ୍‌ ମହାନ୍ତି , ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡଃ . ଅନୁଜା ତାରିଣୀ ମିଶ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ . ମୃତ୍ୟୁଞ୍ଜୟ ରଥ ।

Also Read- Vaishno Devi Visit: ନୂଆ ବର୍ଷରେ ଯାଉଛନ୍ତି କି ମାଆଙ୍କ ମନ୍ଦିର? ଏହା ନମାନିଲେ ଦର୍ଶନରୁ ହେବେ ବଞ୍ଚିତ

Also Read- Bollywood News: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲେ ଶାହାରୁଖ, ବର୍ଷକରେ ୨୫୦୦ କୋଟି ରୋଜଗାର